From Verbal Spat to Bullets: ସାମାନ୍ୟ ବଚସାରୁ ମଦ୍ୟପ ଯୁବକଙ୍କ ଗୁଳିଚାଳନା, ଅଭିଯୁକ୍ତକୁ ଗିରଫ କରି ୨ଟି ମାଉଜର ଜବତ କଲା ପୋଲିସ

ଭବାନୀପାଟଣା ସହର ଟାଉନ ଥାନା  ଅଧୀନ ବିବିସିପଡା ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା ମିଳିଛି। ୨ଟି ମାଉଜର ପିସ୍ତଲ ଜବତ ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ ।

ପରେ ଭବାନୀପାଟଣା ବିବିସିପଡାର ଜଣେ ଯୁବକ ଯଶୋବନ୍ତ ନାଏକ କୁ ଗିରଫ କରିଛି କଳାହାଣ୍ଡି ପୋଲିସ ।  ସୂଚନା ଅନୁଯାୟୀ ବିଳମ୍ୱିତ ରାତିରେ ସହରର ଦୟାନିଧି ଛକ ନିକଟରେ  ନିର୍ମାଣାଧୀନ ଠିକା କାମକୁ ନେଇ ବଚସା ହୋଇଥିଲା । ଏହାପରେ  ଯଶୋବନ୍ତ ଗୁଳିଚାଳନା କରିଥିଲା। …

ଠିକା କାମକୁ ନେଇ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିଲା । ଉକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଯଶୋବନ୍ତ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା । ପାଖରେ ଥିବା ଯୁବକ ବନ୍ଧୁକ ଉପରକୁ କରିବା ପରେ (ବ୍ଳାଙ୍କ ଫାୟାରିଂ) ଫାଙ୍କା ଗୁଲିଚାଳନା ହୋଇଥିଲା। ପରେ ଉପରକୁ ଗୁଳି ଫୁଟିଥିଲା । ଟାଉନଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା ।

ଭବାନୀପାଟଣାରେ ଫୁଟିଲା ଗୁଳି

ଭବାନୀପାଟଣା ସହରରେ ଫୁଟିଲା ଗୁଳି
ଟାଉନ ଥାନା ବିବିଶିପଡ଼ା ହନୁମାନ ମନ୍ଦିର ନିକଟର ଗୁଳିମାଡ଼
ସାମାନ୍ୟ ବଚସାରୁ ମଦ୍ୟପ ଯୁବକ ଗୁଳି ଫୁଟାଇଥିବା ସୂଚନା
୨ଟି ମାଉଜର ପିସ୍ତଲ ଜବତ ସହ  ଜଣେ ଗିରଫ

ସୌଜନ୍ୟ OTV