Breaking News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି ମହାରାଜା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଗତ ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ପରିକ୍ରମା ପ୍ରକଳ୍ପ ମୁଖ୍ୟତଃ ଶ୍ରୀମନ୍ଦିରର ନିରାପତ୍ତା, ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଉଦେଶ୍ୟରେ କରାଯାଇଛି। ଏଥିସହ ମେଘନାଦ ପ୍ରାଚୀର ପାର୍ଶ୍ବରେ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧିକୁ ନୂଆ ରୂପ ଦିଆଯାଇଛି। ଯାହା ଫଳରେ ଜଣେ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ପରିକ୍ରମା କରିପାରିବ। ଏହାସହିତ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ସହିତ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି।

Comments are closed.