Breaking News

ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରାଧନା : ଓଡ଼ିଶାରୁ ମହାରାଷ୍ଟ୍ର ସବୁଠି ଉତ୍ସାହ

0

ଭୁବନେଶ୍ୱର: ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରଧନା । ଗଜାନନଙ୍କ ଆବାହନ ପାଇଁ ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ବିଘ୍ନରାଜଙ୍କ ପାଇଁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ ପୂଜା ମଣ୍ଡପ ଶୋଭାପାଉଛି । ଚଳିତ ବର୍ଷ ବିନା କଟକଣାରେ ଗଜାନନଙ୍କ ପୂଜା ହେଉଛି । ଗଣେଶ ପୂଜା ପାଇଁ ସବୁଠି ଉତ୍ସାହ ଓ ଉତ୍କଣ୍ଠା । ଭାରତର ପ୍ରତ୍ୟେକ ପ୍ରାନ୍ତରେ ପାଳିତ ହେଉଥିବା ଗଣେଶ ପୂଜାର ସାମାଜିକ, ସାଂସ୍କୃତିକ ମହତ୍ତ୍ବ ଅଛି। ସମାଜରେ ଜ୍ଞାନର ପ୍ରସାର, ବୃଦ୍ଧି ଦିଗରେ ଏହି ଉତ୍ସବର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରଭୁ ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପାଳିତ ହେଉଥିବା ଏହି ପୂଜା ଘରେ, ବିଦ୍ୟାଳୟରେ ଅ ନୁଷ୍ଠିତ ହୁଏ। ଗଣେଶ ପୂଜାରେ ରାଶି ଲଡ଼ୁ, ମୋଦକ, ନଡ଼ିଆ ପ୍ରଭୃତି ନୈବେଦ୍ୟ ସହ ପୂଜା କରାଯାଏ। ପ୍ରଭୁ ଗଣେଶ କେବଳ ବିଦ୍ୟାଦାତା ନୁହନ୍ତି, ଧର୍ମଦାତା ଓ ସିଦ୍ଧିଦାତା ଭାବରେ ମଧ୍ୟ ଅଗ୍ରପୂଜ୍ୟ ଆସନ ଗ୍ରହଣ କରନ୍ତି।

ହିନ୍ଦୁ ଧର୍ମରେ କୌଣସି ଶୁଭକାଯ୍ୟ ଆରମ୍ଭ କରିବା ଆଗରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ତ ସେ ବିଘ୍ନହର୍ତ୍ତା । ତେଣୁ ଶୁଭକାର୍ଯ୍ୟରେ ଯେପରି କିଛି ବିଘ୍ନ ନ ଆସୁ , ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ ।

କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷଣ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ , ସବୁଥିରେ ଗଣେଶଙ୍କ ଆବାହନ କରାଯାଇଥାଏ । ସେ ପବିତ୍ର ବିଦ୍ୟାମାନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ବିଶେଷ ଭାବରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତା ଭାବେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳ କରାଯାଉଛି । ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାରେ ଉତ୍ସବ ମୁଖର ବାତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.