ଅପରାଧଓଡିଶାଜିଲ୍ଲା

Ganja Seized: ଗଂଜେଇ ଚୋରା ଚାଲାଣ: କାର ସହ ଟ୍ରକ୍‌ ଜବତ, ୫ ଗିରଫ

ଜାତୀୟ ରାଜପଥ ୨୬ ଉପରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସଇତଲା ପୁଲିସ ଚଢଉ କରି ଏକ କାର ସହ ଆଇଚର କଣ୍ଟେନରକୁ ଜବତ କରି ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ...

ବଲାଙ୍ଗୀର/ଦେଓଗାଁ: ଜାତୀୟ ରାଜପଥ ୨୬ ଉପରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସଇତଲା ପୁଲିସ ଚଢଉ କରି ଏକ କାର ସହ ଆଇଚର କଣ୍ଟେନରକୁ ଜବତ କରି ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲାଠର ଥାନା ଲାଥୋରର ବିନିତ୍ ଅଗ୍ରୱାଲ, ନୂଆପଡ଼ାଜିଲ୍ଲା ବୋଡ଼େନ ଥାନା କେରାପଦରର ନରେଶ ରାଉତ, କଲାହାଣ୍ଡି ଜିଲ୍ଲା ରାମପୁରର ଲୁବେନଗଡ଼ର ଅଶୋକ ବେନେଇ, ମଧ୍ୟପ୍ରଦେଶ ରେତି ସୋର ଥାନା ସତରାନାର ନିଲେଶ ଖେର, ରାଜସ୍ଥାନ ସୁରଜଗଡ଼ର ସଞ୍ଜୟ ଚୌଧୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ କେଶ ନମ୍ବର ୨୮ରେ ଏକ ମାମଲା ରୁଜୁ କରି ଆଇଆଇସି ଖଗପତି ବିଶ୍ଵାଳ ଅଧିକ ତଦନ୍ତ କରୁଥିବା ନେଇ ବଲାଙ୍ଗିର ଏସ୍‌ପି ସୂଚନା ଦେଇଛନ୍ତି।

ତେବେ ଏହି ଗଞ୍ଜେଇ ଚାଲାଣ କାରୀମାନଙ୍କ ଠାରୁ ୨୨କେଜି ୫ସହ ଗ୍ରାମ ଜବତ ହୋଇଥିବା ଜଣାପଡିଛି। ଏହା ସହ ୭ମୋବାଇଲ ଗୋଟିଏ କଣ୍ଟେନର ଟ୍ରକ ଓ ଆର ଟିଗା କାର କୁ ଜବତ କରିଛି।

ସୂଚନାଯୋଗ୍ୟ ଯେ ଗତ ମଙ୍ଗଲବାର ରାତିରେ ଜାତୀୟ ରାଜପଥ ୨୬ର ବଲାଙ୍ଗୀର ଭବାନିପାଟଣା ରାସ୍ତା ବେଲ ଗାଁ-ବର ଗାଁ ରାସ୍ତା ଉପରେ ଚଢ଼ଉ କରି ଦୁଇଟି ଗାଡ଼ିକୁ ଯାଞ୍ଚ କରିଥିଲା ପୁଲିସ। ଯାହା ଫଳରେ କଣ୍ଟେନର ଟ୍ରକ ଓ କାରରେ ଗଂଜ‌େଇ ଥିବାର ଜାଣି ବାକୁ ପାଇଥିଲା। ତେବେ ପୁଲିସର ଏହି ଗଞ୍ଜେଇ ଧରାକୁ ନେଇ ଅଧିକ ସନ୍ଦେହ ଦେଖା ଦେଇଛି। ଟ୍ରକ ଓ କାରକୁ ଜବତ କରି ମାତ୍ର ୨୨କେଜି ଗଞ୍ଜେଇ ଦେଖାଉ ଥିବାରୁ ଗୋଟିଏ ଟ୍ରକ୍‌ରେ କେତେ ଗଞ୍ଜେଇ ଯାଇ ପାରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ସଇତଳା ଆଇଆଇସି ଙ୍କୁ ଯୋଗା ଯୋଗ କଲେ ଏହି ଘଟଣାକୁ ନେଇ ମୁହ ଖୋଲୁ ନାହାନ୍ତି କି ଫୋନ ବି ଉଠାଉ ନାହାନ୍ତି। ଯାହା ଫଳରେ ପୁଲିସ କାର୍ଯ୍ୟ କଲାପ ପ୍ରତି ଅଧିକ ସନ୍ଧେହ ହେଉଛି। ଏଣୁ ଏଦିଗରେ ବଲାଙ୍ଗୀର ଏସ୍‌ପି ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button