Breaking News

ରାଜ୍ୟ ସ୍ତରୀୟ ବୀରତା ଦିବସ ପାଳନ ଉପଲକ୍ଷେ ଶହୀଦଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ

ଭୁବନେଶ୍ୱର : ଶହୀଦ ମାଧୋ ସିଂହଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ ଅବସରରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ଥାନୀୟ ଜୟଦେବ ଭବନରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି । ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ  ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଜୟଦେବ ଭବନ ଯୁଗ୍ମ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି,ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା, ତନୁଜା ମହାନ୍ତି, ରୋଜାଲିନ ସାହୁ,  ସରୋଜ ଶତପଥୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶହୀଦ ମାଧୋ ସିଂହଙ୍କ ତ୍ୟାଗ, ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ଅତିଥି ମାନେ ସ୍ମୃତିଚାରଣ କରିଥିଲେ ।

ଏଥିସହ ଶହୀଦଙ୍କ ଜନ୍ମସ୍ଥାନ ଘେଁସ, ବରଗଡ଼ ଠାରେ ମଧ୍ୟ ରାଜ୍ୟସ୍ତରୀୟ ବୀରତା ଦିବସ ପାଳନ କରାଯାଉଛି । ସ୍ଥାନୀୟ ଜନସାଧାରଣଙ୍କ ବହୁଦିନର ଅନୁରୋଧ କ୍ରମେ ଚଳିତ ବର୍ଷ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓ ବରଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଏହା ଆୟୋଜିତ ହୋଇଛି । ଏଥିରେ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଛନ୍ତି ।

Comments are closed.