ଜାତୀୟ

General insurance companies: ସାଧାରଣ ବୀମା କମ୍ପାନିର ମିଶ୍ରଣ ହେବ: ଅର୍ଥ ମନ୍ତ୍ରଣାଳୟରେ ବିଚାରବିମର୍ଶ ଆରମ୍ଭ

Categories : ବାଣିଜ୍ୟ ତିନିଟି ସରକାରୀ ସାଧାରଣ ବୀମା କମ୍ପାନିର ମିଶ୍ରଣ କରି ଗୋଟିଏ ବଡ଼ ସଂସ୍ଥା ଗଠନ କରିବା ଲାଗି ପୂର୍ବରୁ ହୋଇଥିବା ଘୋଷଣା ଉପରେ ଅର୍ଥ ମନ୍ତ୍ରଣାଳୟ କାମ କରିବା ଆରମ୍ଭ କରିଛି। କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା

ନୂଆଦିଲ୍ଲୀ: ତିନିଟି ସରକାରୀ ସାଧାରଣ ବୀମା କମ୍ପାନିର ମିଶ୍ରଣ କରି ଗୋଟିଏ ବଡ଼ ସଂସ୍ଥା ଗଠନ କରିବା ଲାଗି ପୂର୍ବରୁ ହୋଇଥିବା ଘୋଷଣା ଉପରେ ଅର୍ଥ ମନ୍ତ୍ରଣାଳୟ କାମ କରିବା ଆରମ୍ଭ କରିଛି। କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା, ଦକ୍ଷତା ବଢ଼ାଇବା ଓ ସେଗୁଡ଼ିକୁ ବ୍ୟାପକ କରିବା ଉପରେ ସରକାର ବିଚାର କରୁଛନ୍ତି। ଓରିଏଣ୍ଟାଲ ଇନସ୍ୟୁରାନ୍ସ, ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ ଓ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସର ମିଶ୍ରଣ ହେବାକୁ ଯାଉଛି।

ଏହି ତିନି କମ୍ପାନିକୁ କେନ୍ଦ୍ର ସରକାର ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୧୭,୪୫୦ କୋଟି ଟଙ୍କା ଦେଇଥିଲେ। ୨୦୧୮-୧୯ ବଜେଟ୍‌ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାଧାରଣ ବୀମା କମ୍ପାନି ମିଶ୍ରଣ ସମ୍ପର୍କରେ ଘୋଷଣା କରିଥିଲେ। କିନ୍ତୁ ୨୦୨୦ ଜୁଲାଇରେ ସରକାର ସେହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ। କମ୍ପାନିଗୁଡ଼ିକୁ ଆର୍ଥିକ ସଙ୍କଟରୁ ବାହାର କରିବା ଲାଗି ସେମାନଙ୍କୁ ୧୨,୪୫୦ କୋଟି ଟଙ୍କାର ପୁଞ୍ଜି ଦେବା ସମ୍ପର୍କିତ ପ୍ରସ୍ତାବକୁ ପରବର୍ତ୍ତୀ ସମୟରେ କ୍ୟାବିନେଟ୍‌ ଅନୁମୋଦନ ମିଳିଥିଲା।

ଅର୍ଥ ମନ୍ତ୍ରଣାଳୟରେ ବିଚାରବିମର୍ଶ ଆରମ୍ଭ
ବୀମ‌ାରେ ୧୦୦% ଏଫ୍‌ଡିଆଇକୁ ଅନୁମତି ମିଳିବ

କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଘଟିଥିବାରୁ ପୁଣି ଥରେ ମିଶ୍ରଣ ବିଷୟରେ ବିଚାରବିମର୍ଶ ଆରମ୍ଭ ହୋଇଛି। ଏଥି ସହିତ ଗୋଟିଏ ସାଧାରଣ ବୀମା କମ୍ପାନିର ଘରୋଇକରଣ ବିଷୟରେ ମଧ୍ୟ ବିଚାର କରାଯାଉଛି। ୨୦୨୧-୨୨ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ସାଧାରଣ ବୀମା କମ୍ପାନିର ଘରୋଇକରଣ ସମ୍ପର୍କରେ ଘୋଷଣା କରିଥିଲେ। ଏହାପରେ ସାଧାରଣ ବୀମା ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଇଥିଲା। ସାଧାରଣ ବୀମା କମ୍ପାନିରେ ସରକାରଙ୍କ ଅତିକମ୍‌ରେ ୫୧ ପ୍ରତିଶତ ଅଂଶଧନ ରହିବାର ଯେଉଁ ବ୍ୟବସ୍ଥା ଥିଲା ତାହାକୁ କୋହଳ କରାଯାଇଥିଲା। ଏହାଦ୍ବାରା ସରକାରୀ ବୀମା କମ୍ପାନିରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଦେଶରେ ସବୁ ଲୋକଙ୍କ ପାଖରେ ବୀମା ପହଞ୍ଚାଇବା ଲାଗି ରହିଥିବା ଲକ୍ଷ୍ୟ ପୂରଣ କରିବା ପାଇଁ ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଅନୁମତି ଦେବା ଉପରେ ସରକାର ବିଚାର କରୁଛନ୍ତି। ବର୍ତ୍ତମାନ କୌଣସି କମ୍ପାନିର ୭୪ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କ୍ରୟ କରିବା ଲାଗି ବିଦେଶୀ ନିବେଶକମାନଙ୍କୁ ଅନୁମତି ଦିଆଯାଇଛି। ସେହି ସୀମା ଶତ ପ୍ରତିଶତକୁ ବଢ଼ାଇବା ସମ୍ପର୍କିତ ପ୍ରସ୍ତାବକୁ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯିବ ଯାହା ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହୋଇ ୧୯ ପର୍ଯ୍ୟନ୍ତ ଚାଲିବ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button