ଜୀବନଚର୍ଯ୍ୟା

Ghee and Jaggery: ରାତି ଖାଇବା ପରେ ଘିଅ ଓ ଗୁଡ଼ ସେବନ କରିବାର ଉପକାରିତା ଜାଣନ୍ତୁ

ଖାଇସାରିବା ପରେ ଘିଅ ଏବଂ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ । ଏହା ଶରୀରକୁ ହାଲୁକା, ଆରାମଦାୟକ ଅନୁଭବ କରାଇବା ସହିତ ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।

ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। କେବଳ ଆମେ ଯେଉଁ ଖାଦ୍ୟ ଖାଉ ତାହା ନୁହେଁ, ବରଂ ଖାଦ୍ୟ ପରେ ଆମେ ଯାହା ଖାଉ ତାହାର ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ରହିଥାଏ।

ଲୋକମାନେ ସାଧାରଣତଃ ଖାଦ୍ୟ ଖାଇସାରିବା ପରେ ହଜମ ପାଇଁ ପାନମଧୁରୀ ଖାଇଥାଆନ୍ତି । ଏହା ତ ଆମେ ସମସ୍ତେ ଜାଣିଛେ କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଖାଦ୍ୟ ପରେ ଘିଅ ଏବଂ ଗୁଡ଼ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଘିଅ ଏବଂ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ

ପ୍ରତିଦିନ ରାତି ଖାଦ୍ୟ ଖାଇସାରିବା ପରେ ଘିଅ ଏବଂ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ଶରୀରକୁ ହାଲୁକା, ଆରାମଦାୟକ ଅନୁଭବ କରାଇବା ସହିତ ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।

ଘିଅ ଏବଂ ଗୁଡ଼ର ମିଶ୍ରଣ ଶରୀରକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ। ଖାଦ୍ୟ ପରେ ନିୟମିତ ଭାବରେ ଏହାକୁ ସେବନ କରିବା ଦ୍ୱାରା ଶରୀର ଆଭ୍ୟନ୍ତରୀଣ ଭାବରେ ସଫା ହୋଇଥାଏ।

ଘିଅ ଏବଂ ଗୁଡ଼ ଉଭୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା। ଏହାକୁ ନିୟମିତ ସେବନ ଦ୍ୱାରା ଗଣ୍ଠି ଯନ୍ତ୍ରଣା ହ୍ରାସ ପାଇଥାଏ।

କେବଳ ଏତିକି ନୁହେଁ, ଘିଅ ଓ ଗୁଡ଼ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ଋତୁକାଳୀନ ଫ୍ଲୁ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ଖାଦ୍ୟ ପରେ ମିଠା ଲାଳସାକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button