ପୁନଶ୍ଚ ପୃଥିବୀ

Gigantura: ଶିକାରୀ ଗିଗାଣ୍ଟୁରା

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ରହସ୍ୟଗୁଡ଼ିକ ସବୁବେଳେ ମଣିଷକୁ ଆକର୍ଷିତ କରିଆସିଛି। ଏପରି ଏକ ରହସ୍ୟମୟ ମାଛ ହେଉଛି ଗିଗାଣ୍ଟୁରା ଯାହାକୁ ଟେଲିସ୍କୋପ ଫିସ୍ ମଧ୍ୟ କୁହାଯାଏ।

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ରହସ୍ୟଗୁଡ଼ିକ ସବୁବେଳେ ମଣିଷକୁ ଆକର୍ଷିତ କରିଆସିଛି। ଏପରି ଏକ ରହସ୍ୟମୟ ମାଛ ହେଉଛି ଗିଗାଣ୍ଟୁରା ଯାହାକୁ ଟେଲିସ୍କୋପ ଫିସ୍ ମଧ୍ୟ କୁହାଯାଏ। ଏହାର ଆଖି ମୁକ୍ତା ଭଳି ଚମକପ୍ରଦ ହେଲେ ହେଁ ଦାନ୍ତ ଦିଶେ ଭୟଙ୍କର। ଏହି ବିରଳ ଓ ଭୟଙ୍କର ଦେଖାଯାଉଥିବା ସମୁଦ୍ରିକ ପ୍ରାଣୀ  ବେଶ୍‌ ଗଭୀରରେ ବାସ କରେ। ସେଠାରେ ସୂର୍ଯ୍ୟକିରଣ ମଧ୍ୟ ପହଞ୍ଚିପାରେ ନାହିଁ। ଏହି ମାଛର ଆଉ ଏକ ବିଶେଷତ୍ୱ​​ ହେଉଛି ସେ ନିଜର ଆଲୋକ ଉତ୍ପାଦନ କରିପାରେ, ଯାହା ଯୋଗୁଁ ସେ ଗଭୀର ଏବଂ ଅନ୍ଧାର ସମୁଦ୍ରରେ ମଧ୍ୟ ସହଜରେ ଦେଖିପାରେ। ଏହାର ଆଖି ନଳୀ ଆକୃତିର। ଏହା ତାକୁ ଶିକାର କରିବା ଏବଂ ଦୂରକୁ ଦେଖିବାରେ ସାହାଯ୍ୟ କରେ। ଏହି ମାଛର ଲମ୍ବ ପ୍ରାୟ ୨୦-୩୦ ସେଣ୍ଟିମିଟର। ଏହାର ପତଳା, ନମନୀୟ ଶରୀର ସତ୍ତ୍ବେ ବଡ଼ ପାଟି ଏହାକୁ ଏକ ଶିକାରୀ ମାଛର ପରିଚୟ ଦେଇଛି।

ଗିଗାଣ୍ଟୁରା ତା’ର ବଡ଼ ପାକସ୍ଥଳୀ ଯୋଗୁଁ ନିଜଠାରୁ ବଡ଼ ଶିକାରକୁ ଗିଳିପାରେ। ଏହା ମୁଖ୍ୟତଃ ଛୋଟ ମାଛ, କ୍ରଷ୍ଟାସିଆନ୍ ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବକୁ ଖାଦ୍ୟ ଭାବେ ଗ୍ରହଣ କରେ। ଏହି ମାଛଗୁଡ଼ିକ କେବଳ ଖଳନାୟକ ପରି ଦେଖାଯାଆନ୍ତି ନାହିଁ ଏମାନେ ସେପରି ଆଚରଣ ମଧ୍ୟ କରନ୍ତି। ଏମାନେ ଶିକାରକୁ ଆକ୍ରମଣ କରିବା ପାଇଁ ପାଦରେ ଟିପ୍ ଟିପ୍ କଲା ଭଳି ଚାଲିଥାନ୍ତି। ଯେହେତୁ ଏତେ ଗଭୀରତାରେ ଖାଦ୍ୟ ଅତ୍ୟନ୍ତ ଦୁର୍ଲଭ, ଏହି କାରଣରୁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ। ଲକ୍ଷ୍ୟସ୍ଥଳରେ ଦ୍ରୁତ ଗତିରେ ଯାଇ ସେମାନଙ୍କର ଶିକାରକୁ ସମ୍ପୂର୍ଣ୍ଣ ଗିଳି ଦିଅନ୍ତି। ସେମାନଙ୍କର ବଡ଼ ପାଟି ଓ ଖଣ୍ଡା ଭଳି ତୀକ୍ଷ୍‌ଣ ଦାନ୍ତ ନିଜଠାରୁ ବଡ଼ ପ୍ରାଣୀଙ୍କୁ ଶିକାର କରିବାରେ ସାହାଯ୍ୟ କରେ। ଏମାନେ ଆଟଲାଣ୍ଟିକ୍, ଭାରତ ଓ ପ୍ରଶାନ୍ତ ମହାସାଗରର ଉଷ୍ମ ଅଞ୍ଚଳରେ ଦେଖାଯାଆନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button