Gold: ସୁନାଠାରୁ ମୂଲ୍ୟବାନ୍ ଗାଈ ପେଟର ପଥର
ଚୀନର ପାରମ୍ପରିକ ଔଷଧରେ ଗାଈଗୋରୁଙ୍କ ଗଲ୍ବ୍ଲାଡର୍ ଷ୍ଟେନ୍ ବା ପିତ୍ତକୋଷ ପଥରକୁ ହଜାର ହଜାର ବର୍ଷ ଧରି ବ୍ୟବହାର କରାଯାଇଆସୁଛି। ରକ୍ତଚାପ ଓ ହୃଦ୍ଘାତ ପରି ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ଚୀନର ପାରମ୍ପରିକ ଔଷଧରେ ଗାଈଗୋରୁଙ୍କ ଗଲ୍ବ୍ଲାଡର୍ ଷ୍ଟେନ୍ ବା ପିତ୍ତକୋଷ ପଥରକୁ ହଜାର ହଜାର ବର୍ଷ ଧରି ବ୍ୟବହାର କରାଯାଇଆସୁଛି। ରକ୍ତଚାପ ଓ ହୃଦ୍ଘାତ ପରି ରୋଗର ଚିକିତ୍ସା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଚୀନରେ ହୃଦ୍ଘାତ ଓ ମସ୍ତିଷ୍କଘାତର ସଂଖ୍ୟା ବଢ଼ିଚାଲିଥିବାରୁ ଏହି ଦ୍ରବ୍ୟର ଚାହିଦା ମଧ୍ୟ ବଢ଼ିଚାଳିଛି। ଗତ ବର୍ଷ ଏହାର ଦର ଏକ ଭରିକୁ ୨୦୦୦ ଡଲାର ବା ଏକ ଲକ୍ଷ ବାସ୍ତରି ହଜାର ଟଙ୍କା ଥିଲା। ଏବେ ଯଦି ସେହି ଦର ବଜାୟ ଥାଏ ତେବେ ମଧ୍ୟ ଏହା ସୁନା ଠାରୁ ଅଧିକ ମୂଲ୍ୟବାନ।
ଚୀନରେ ଗାଈଗୋରୁଙ୍କ ପିତ୍ତକୋଷ ପଥରକୁ ‘ନିଉ ହୁଆଙ୍ଗ୍’ କହନ୍ତି, ଯାହା ‘ଆଙ୍ଗୋଙ୍ଗ ନିଉହୁଆଙ୍ଗ୍ ଵାନ୍’ ଔଷଧ ପ୍ରସ୍ତୁତିରେ ଅତ୍ୟାବଶ୍ୟକ। ଗାଈଗୋରୁଙ୍କ ବୟସ ବଢ଼ିବା ସହିତ ତାଙ୍କ ପେଟରେ ଏହି ପଥର ସୃଷ୍ଟି ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ତେବେ ବିଭିନ୍ନ ଦେଶରେ ବୟସ୍କ ହେବା ଆଗରୁ ସେମାନଙ୍କୁ କଂସେଇଖାନାକୁ ପଠାଇ ଦିଆଯାଉଥିବାରୁ ଏ ପଥର ମିଳିବା କଷ୍ଟସାଧ୍ୟ। ସେଥିପାଇଁ ବ୍ରାଜିଲ୍, ଅଷ୍ଟ୍ରେଲିଆ ଓ ଆମେରିକାରେ ଏହାର ଚୋରା କାରବାର ମଧ୍ୟ ଆରମ୍ଭ ହେଲାଣି। ଉଲ୍ଲେଖଯୋଗ୍ୟ ଯେ ଚୀନରେ ମଣିଷ ପିତ୍ତକୋଷ ପଥରର ମଧ୍ୟ ଅନେକ ଚାହିଦା ରହିଛି। ଏଭଳି ଗୋଟିଏ ପଥର ୧୨୦୦ ଡଲାର୍ ପର୍ଯ୍ୟନ୍ତ ଦରରେ ବିକ୍ରି ହୋଇଥାଏ।
ସୌଜନ୍ୟ ସମ୍ବାଦ




