ଓଡିଶାଜିଲ୍ଲା

Golden Bow Ayodhya ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅଯୋଧ୍ୟା ଗଲା ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ‘ଧନୁ’

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅଯୋଧ୍ୟା ଯାଇଛି ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ‘ଧନୁ’। ରାଉରକେଲାରୁ ଆସିଥିବା ଏହି ଧନୁ ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ୧୮ ତାରିଖରେ ପୁରୀରେ ପହଞ୍ଚିଥିଲା।

ପୁରୀ: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅଯୋଧ୍ୟା ଯାଇଛି ଓଡ଼ିଆଙ୍କ ଶ୍ରଦ୍ଧା ଓ ଭକ୍ତିର ‘ଧନୁ’। ରାଉରକେଲାରୁ ଆସିଥିବା ଏହି ଧନୁ ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରି ୧୮ ତାରିଖରେ ପୁରୀରେ ପହଞ୍ଚିଥିଲା। ମଠରେ ପହଞ୍ଚିବା ପରେ ଏହି ଭକ୍ତି ସୂଚକ ଧନୁକୁ ଭକ୍ତମାନେ ମଠ ପରିସରରେ ଦର୍ଶନ କରିବାର ସୁଯୋଗ ନେଇଥିଲେ।

୧ କୋଟି ୧୦ଲକ୍ଷ ଟଙ୍କା ବିନିମୟରେ ଧନୁ ପ୍ରସ୍ତୁତ

ଆଜି ପୂର୍ବାହ୍‌ଣରେ ସ୍ତୋତ୍ର ପାଠ, ଭଜନ କୀର୍ତ୍ତନ ସହ ଗୋଟିପୁଅ ନୃତ୍ୟ ଭଳି ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତଙ୍କ ଗହଣରେ  ସାଢ଼େ  ଧନୁ ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ପରିକ୍ରମା ପରେ ପୁରୀରୁ ଅଯୋଧ୍ୟା ଅଭିମୁଖେ ମେଲାଣି ଦିଆଯାଇଛି। ଏହି ଧନୁ ୨୮୬ କେ.ଜି ବିଶିଷ୍ଟ। ୧କେ.ଜି ସୁନା, ଅଢ଼େଇ କେ.ଜି ରୁପା ସହ ତମ୍ବା, ଜିଙ୍କ ଓ ଲୁହା ମିଶ୍ରଣରେ ଏହି ଧନୁ ପ୍ରସ୍ତୁତ କରାଯାଇଛି। ପ୍ରାୟ ୧ କୋଟି ୧୦ଲକ୍ଷ ଟଙ୍କା ବିନିମୟରେ ଏହି ଧନୁ ପ୍ରସ୍ତୁତ କରାଯାଇଛି। ଆସନ୍ତା ୨୨ ତାରିଖରେ ଏହାକୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚରଣରେ ଅର୍ପଣ କରାଯିବ।

ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, ଏହି ଧନୁ ଓଡ଼ିଶା ବାସୀଙ୍କ ଭକ୍ତି ଓ ଶ୍ରଦ୍ଧାର ସୂଚକ ଭାବେ ଅଯୋଧ୍ୟା ଯାତ୍ରା କରିବେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ସ୍ପର୍ଶ କରାଇ ଅଯୋଧ୍ୟା ରାମ ମନ୍ଦିର ସଂଗ୍ରହାଳୟରେ ଏହା ସ୍ଥାନିତ ହେବ। ଅନେକ ଭକ୍ତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ଉପହାର ଦେଉଥିବା ବେଳେ ଏହି ଧନୁ ଓଡ଼ିଶା ବାସୀଙ୍କ ଭକ୍ତିର ଉପହାର ଭାବେ ଉକ୍ତ ସଂଗ୍ରହାଳୟରେ ସ୍ଥାନ ପାଇବ। ତେଣୁ ଭବ୍ୟ ଆଡ଼ମ୍ବରରେ ପ୍ରଭୁଙ୍କ ଏହି ଧନୁକୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ପରିକ୍ରମା କରାଯାଇଛି। ଏଥିରେ ସମସ୍ତ ମଠ ମହନ୍ତ, ସନ୍ଥ, ଭକ୍ତ, ସେବାୟତବୃନ୍ଦ ସାମିଲ ହୋଇଥିଲେ। ଏଥିସହ ସେଠାରେ ଥିବା ଏକ ପ୍ରାଚୀନ ମନ୍ଦିରକୁ ଶ୍ରୀବିଗ୍ରହ ମଧ୍ୟ ଏଠାରୁ ଯାତ୍ରା କରିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button