Breaking News

୮.୧୫%କୁ ବଢିଲା ଇପିଏଫ ସୁଧହାର, ଉପକୃତ ହେବେ ୬ କୋଟି ଖାତାଧାରୀ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଅଧୀନରେ ଆକାଉଣ୍ଟ ଖୋଲିଥିବା ଦେଶର ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାର ବଡ଼ ଉପହାର ଦେଇଛନ୍ତି । ସରକାର ସୋମବାର ଏକ ନିର୍ଦ୍ଦେଶନାମା ଜାରି କରି ଘୋଷଣା କରିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୦୫ ପ୍ରତିଶତ ଅଧିକ ସୁଧ ଦିଆଯିବ । ଅର୍ଥାତ ସୁଧହାର ୮.୧୦ ପ୍ରତିଶତରୁ ବୃଦ୍ଧି ପାଇ ୮.୧୫ ପ୍ରତିଶତରେ ପହଞ୍ଚିଛି । ଇପିଏଫ୍ଓର ସୁପାରିସକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି।

ଇପିଏଫ୍ଓ ଚଳିତ ବର୍ଷ ମାର୍ଚ୍ଚ ୨୮ରେ ପିଏଫ ଆକାଉଣ୍ଟ ଉପରେ ସୁଧ ବୃଦ୍ଧି ପାଇଁ ସୁପାରିସ କରିଥିଲା। ଇପିଏଫଓ କହିଛି ଯେ ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ମିଳିବା ଉଚିତ । ଏହି ସୁପାରିସକୁ ଗ୍ରହଣ କରି ସରକାର ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଏହା ଦ୍ୱାରା ୬ କୋଟିରୁ ଅଧିକ ଗ୍ରାହକ ଉପକୃତ ହେବେ। ଏହା ପୂର୍ବରୁ ଆର୍ଥିକ ବର୍ଷ ପାଇଁ ପିଏଫ ଉପରେ ସୁଧ ହାର ୮.୧୦ ପ୍ରତିଶତ ଥିଲା ।

ଏ ସଂପର୍କିତ ସରକାରୀ ନିର୍ଦ୍ଦେଶକୁ ସବୁ ଆଞ୍ଚଳିକ କର୍ମଚାରୀ ଭବିଷ୍ୟନିଧି କାର୍ଯ୍ୟାଳୟକୁ ଜଣାଇଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ହିଁ ଏହି ସୁଧହାର ବଢାଇବାକୁ ଇପିଏଫଓ ଟ୍ରଷ୍ଟି ବୋର୍ଡ ସରକାରଙ୍କୁ ସୁପାରିଶ କରିଥିଲା ।

Comments are closed.