Uncategorized

Guard pin: ଅର୍ଥ ସୂତ୍ର: ଗାର୍ଡ ପିନ୍‌ ଦେଖିଦେଉଛନ୍ତି କି?

ଏଟିଏମ୍‌ରେ ଟଙ୍କା ଉଠାଇବା ବେଳେ ଆମ ଭିତରୁ ଅନେକ ଖୁବ୍‌ ସତର୍କତା ଅବଲମ୍ବନ କରନ୍ତି। ଏଟିଏମ୍‌ କାଉଣ୍ଟର୍‌ରେ ଥିବା ଗାର୍ଡ ବା ସୁରକ୍ଷାକର୍ମୀଙ୍କୁ ବି ସନ୍ଦେହ ଦୃ‌ଷ୍ଟିରେ ଦେଖନ୍ତି। କିଛି ଲୋକ ଭାବନ୍ତି, କାଳେ ଗାର୍ଡତାଙ୍କ ପିନ୍‌ ଦେଖି ସବୁତଥ୍ୟ ଚୋରି କରିନେବ, ମେସିନ୍‌ରୁ ଟଙ୍କା କାଢ଼ି ନେଇଯିବ, ଏମିତି କେତେ କ’ଣ! ହେଲେ ପ୍ରକୃତରେ ସେମିତି କିଛି ଘଟି ନଥାଏ। ଆସନ୍ତୁ ଜାଣିବା ସେ ବିଷୟରେ…
ଏଟିଏମ୍‌ ଗାର୍ଡଙ୍କ ପ୍ରକୃତ କାମ କ’ଣ?

ଏଟିଏମ୍‌ ମେସିନ୍‌ରେ ମିନି ବ୍ୟାଙ୍କ ଭଳି ଲକ୍ଷାଧିକ ଟଙ୍କା ମହଜୁଦ ଥାଏ। ସେଥିପାଇଁ ଗାର୍ଡ ଚଉକିରେ ବସି ନରହି ଅନେକ ଦାୟିତ୍ବ ତୁଲାନ୍ତି। ଲୋକଙ୍କ ମନରେ ବି ଭ୍ରମ ଥାଏ, ଗାର୍ଡ ପିନ୍‌କୁ ଦେଖୁନାହିଁ ତ! କ୍ୟାମେରା ରେକର୍ଡିଂ ଦେଖି ଟଙ୍କା ଚୋରି କରିବ ନାହିଁ ତ! ପ୍ରକୃତରେ ଗାର୍ଡ ଆପଣଙ୍କ ପିନ୍‌ ଜାଣିବାର ଉପାୟ ନାହିଁ। କାରଣ ସିସିଟିଭି ଫୁଟେଜ୍‌ ସିଧାସଳଖ ବ୍ୟାଙ୍କ କଣ୍ଟ୍ରୋଲ୍‌ ରୁମ୍‌କୁ ଯାଇଥାଏ। ଗାର୍ଡ କେବଳ ବାହାରେ ସୁରକ୍ଷାବ୍ୟବସ୍ଥା ଦେଖିଥାଏ।

ସବୁ ଏଟିଏମ୍‌ କାଉଣ୍ଟରରେ ଗାର୍ଡ ରହିବା ଜରୁରି!
ରିଜର୍ଭ ବ୍ୟାଙ୍କ ଓ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁସାରେ, ସବୁ ଏଟିଏମ୍‌ରେ ଗାର୍ଡ ରହିବା ଜରୁରି ନୁହେଁ। କିନ୍ତୁ ଭିଡ଼ସ୍ଥାନ ଓ ଅଧିକ ନଗଦ ଥିବା ସ୍ଥାନରେ ଗାର୍ଡ ରହିବା ନିହାତି ଜରୁରି।

ଏଟିଏମ୍‌ର ଇ-ସର୍ଭେଲାନ୍‌ସ ସିଷ୍ଟମ୍‌
ଏବେ ଅନେକ ଏଟିଏମ୍‌ରେ ଇ-ସର୍ଭେଲାନ୍‌ସ ସିଷ୍ଟମ୍‌ ରହୁଛି । ଅର୍ଥାତ୍‌ ମେସିନ୍‌ ଭିତରେ କ୍ୟାମେରା ଓ ସେନ୍‌ସର୍‌ ଲଗାଯାଇଥାଏ। ମେସିନ୍‌ର ଅପବ୍ୟବହାର କଲେ କଣ୍ଟ୍ରୋଲ୍‌ ରୁମ୍‌କୁ ସିଧାସଳଖ ଆଲର୍ଟ ଚାଲିଯାଏ। ଏଣୁ ବିନା ଗାର୍ଡରେ ମଧ୍ୟ ଏଟିଏମ୍‌ ସଂପୂର୍ଣ୍ଣ ସୁରକ୍ଷିତ।

ଏଟିଏମ୍‌ ଗାର୍ଡଙ୍କୁ କାହିଁକି ରଖାଯାଏ?
ମେସିନ୍‌ରେ ଥିବା ଟଙ୍କାର ସୁରକ୍ଷା, ମେସିନ୍‌କୁ ଚୋରି ବା ଭଙ୍ଗାରୁଜାରୁ ରକ୍ଷା କରିବା, ସ୍କିମିଂ ଡିଭାଇସ୍‌କୁ ଲଗାଉଥିବା ଠକଙ୍କୁ ରୋକିବା ଏବଂ ଏଟିଏମ୍‌ ବ୍ୟବହାରକାରୀଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ପାଇଁ ଗାର୍ଡ ରହିଥାନ୍ତି।

ଏଟିଏମ୍‌ ଗାର୍ଡଙ୍କ ମୁଖ୍ୟ କାମ କ’ଣ?
ଏଟିଏମ୍‌ ଗାର୍ଡଙ୍କ ମୁଖ୍ୟ କାମ ହେଲା, କେବଳ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଉଠାଣ ପାଇଁ ଛାଡ଼ିବା। ଯଦ୍ଦ୍ବାରା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସଠିକ୍‌ ଚିହ୍ନିହେବ ଏବଂ ଗତିବିଧି ଉପରେ ନଜର ରଖିହେବ। ଏହାବାଦ୍‌ ମେସିନ୍‌ ଖରାପ ହେଲେ ବାହାରେ ‘ମେସିନ୍‌ ଖରାପ’ ବୋର୍ଡ ଲଗାଇLS����

Back to top button