ଓଡିଶା

Havalikhati: ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବ ହବାଳିଖଟି

ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ନିକଟରେ ସମୁଦ୍ର ଉଗ୍ର ହେବାରେ ଲାଗିଛି। ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବା ସହିତ ସ୍ଥଳଭାଗକୁ ମାଡ଼ିଆସୁଛି। ଏକଦା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ହବାଳିଖଟି।

ସୂର୍ଯ୍ୟନାରାୟଣ ଲେଙ୍କା 

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ନିକଟରେ ସମୁଦ୍ର ଉଗ୍ର ହେବାରେ ଲାଗିଛି। ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବା ସହିତ ସ୍ଥଳଭାଗକୁ ମାଡ଼ିଆସୁଛି। ଏକଦା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ହବାଳିଖଟି। କିନ୍ତୁ ଗତ ୧୮ ମାସ  ଭିତରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି। ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ  ନିର୍ମାଣ କରାଯାଇଥିବା ହବାଳିଖଟି ଡଲଫିନ୍‌ ହାଉସ୍‌ରେ ବାତ୍ୟା ଦାନା ସମୟରେ ସମୁଦ୍ର ଜୁଆର ଭୟଙ୍କର ଭାବେ ମାଡ଼ ହୋଇଥିଲା। ଏଥିସହ କୋଠା ତଳୁ ୫ ଫୁଟ ଗଭୀରର ବାଲି ଭାସି ଯାଇଥିଲା। ବାତ୍ୟା ପରେ ଦେଢ଼ବର୍ଷ ଭିତରେ ସମୁଦ୍ର ପ୍ରାୟ ୪୦ ଫୁଟ ସ୍ଥଳଭାଗକୁ ମାଡ଼ି ଆସିଛି। ଫଳରେ ଡଲଫିନ୍‌ ହାଉସ୍‌ର କିଛି ଦୂରରେ ଥିବା ୫ଟି ଟେଣ୍ଟ ହାଉସ୍‌ ସମୁଦ୍ର ଗର୍ଭକୁ ଚାଲିଯାଇଛି। କେବଳ ହବାଳିଖଟି ନୁହେଁ, ସାତଭାୟାରୁ ବାବୁବାଲି ଯାଏଁ ବଙ୍ଗୋପସାଗର କୂଳରେ ଥିବା ବାଲି ପାହାଡ଼କୁ ସମୁଦ୍ର ଧୋଇ ନେବା ସହ ଉପକୂଳକୁ ସୁରକ୍ଷା ଯୋଗାଉଥିବା ଶହଶହ ଗଛ ତଳୁ ମାଟି ଭସାଇ ନେଉଛି।

ଭିତରକନିକା ଜାତୀୟ ଉଦ୍ୟାନର ବଙ୍ଗୋପସାଗର କୂଳରେ ରହିଛି ହବାଳିଖଟି। ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ୪ଟି ଡଲଫିନ୍‌ ହାଉସ୍‌ ଓ ୫ଟି ଟେଣ୍ଟ୍‌ ହାଉସ୍ ନିର୍ମାଣ କରାଯାଇଥିଲା। ଏହି କଟେଜ୍‌ ଓ ଡଲ୍‌ଫିନ୍‌ ହାଉସ୍‌ରେ ପର୍ଯ୍ୟଟକମାନେ ରହି ପ୍ରକୃତିର ଶୋଭା ଓ ଡଲ୍‌ଫିନ୍‌ଙ୍କ ଜଳକ୍ରୀଡ଼ା ଉପଭୋଗ କରୁଥିଲେ। ବାତ୍ୟା ‘ଦାନା’ ହବାଳିଖଟି ନିକଟରେ ସ୍ଥଳଭାଗ ଛୁଇଁବା ପରେ ଅଧିକ ଉଗ୍ର ହୋଇ ଉଠିଥିଲା। ଉଚ୍ଚ ଜୁଆର ଆସି ଡଲ୍‌ଫିନ୍‌ ହାଉସ୍‌ ଓ ଟେଣ୍ଟ୍‌ ହାଉସ୍‌ ବେସ୍‌ରେ ମାଡ଼ ହୋଇଥିଲା। ହବାଳିଖଟିରେ ଥିବା ପୁରୁଣା ୱାଚ୍‌ ଟାୱାର୍‌ ଭାସି ଯାଇଥିବାବେଳେ ଡଲ୍‌ଫିନ୍‌ ହାଉସ୍‌ ସମୁଦ୍ର ଗର୍ଭକୁ ଚାଲିଯାଇଥିଲା। ଚାରିବର୍ଷ ତଳେ ସମୁଦ୍ରରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ପର୍ଯ୍ୟଟକ ଓ କର୍ମଚାରୀଙ୍କ ରୋଷେଇ ଘର, କ୍ୟାଣ୍ଟିନ ଧସି ଯାଇଛି। ଫଳରେ ୨୦୨୪ ନଭେମ୍ବରରୁ ହବାଳିଖଟିକୁ ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button