Breaking News

Hema Malini: ବ୍ଲାଉଜକୁ ଟିକେ ଟାଇଟ୍‌ ରଖିବ, ତାଙ୍କ ଟଚ୍‌ ମୋତେ…କାହିଁକି ଏମିତି କହିଥିଲେ ହେମାମାଳିନୀ

ମୁମ୍ବାଇ: ବାଗବାନ ଫିଲ୍ମରେ ଦର୍ଶକ ଡ୍ରିମଗାର୍ଲ ହେମାମାଳିନୀ ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ରୋଲ୍‌କୁ ବହୁତ ପସନ୍ଦ କରିଥିଲେ। ଏହି ଯୋଡି ୨୦୦୩ରେ ବଲିଉଡକୁ ଏହି ଫିଲ୍ମ ଭେଟି ଦେଇ ନିଜର ଅଭିନୟ ଜାଦୁରେ ହଇଚଇ ସୃଷ୍ଟି କରି ଦେଇଥିଲେ । ଏହି ସିନେମାକୁ ଯେତେ ଥର ବି ଲୋକେ ଦେଖିଛନ୍ତି,ସେତେଥର ସେମାନେ କାନ୍ଦିଛନ୍ତି ।

Hema Malini: ତେବେ ଏ ସିନେମାରେ ଏପରି ଏକ ଦୃଶ୍ୟ ରହିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ରିମ ଗାର୍ଲଙ୍କୁ ବିଭ୍‌ ବିଙ୍କ ସହ ଏକ ରୋମାଣ୍ଟିକ ସିନ କରିବାର ଥିଲା । ତେବେ ରୋମାଣ୍ଟିକ ସିନ କରିବା ପୂର୍ବରୁ ‘ବାଗବାନ’ ସିନେମାର ମେକର୍ସଙ୍କୁ ହେମା ତାଙ୍କ ବ୍ଲାଉଜ ଟିକେ ଟାଇଟ ରଖିବା ପାଇଁ ଅନୁରୋଧ କରିଥିଲେ । େସେ ଏପରି କାହିଁକି କହିଥିଲେ ଆସନ୍ତୁ ଜାଣିବା…

Hema Malini: ନିକଟରେ ମଲ୍ଟିଷ୍ଟାରର ସିନେମା ‘ବାଗବାନ’ ର ମେକର୍ସ ରବି ଚୋପଡାଙ୍କ ପତ୍ନୀ ଏହି ସିନେମାର ଏକ ଅଂଶ ବାବଦରେ ଶୁଣାଇଛନ୍ତି । ଫିଲ୍ମ ଅମିତାଭ ଗୋଟିଏ ସିନରେ ହେମାମାଳିନୀଙ୍କ ବ୍ଲାଉଜର ହୁକ ପଛପଟରୁ ଲଗାଇବାର ଥିଲା । ଯାହାକୁ ହେମା ପୂର୍ଣ୍ଣରୂପରେ ଜୀବନ୍ତ କରି ପାରିଥିଲେ । ‘ବାଗବାନ’ରେ ଅମିତାଭ ଓ ହେମା ଯଥାକ୍ରମେ ରାଜ ଓ ପୂଜା ମାଲହୋତ୍ରାଙ୍କ ଭୂମିକା ର୍ନିବାହ କରୁଥିଲେ । ସିନେମାର ଏ ସିନ କୁ ଜୀବନ୍ତ କରିବା ପାଇଁ ହେମା ମେକର୍ସଙ୍କୁ ତାଙ୍କ ବ୍ଲାଉଜ ଟାଇଟ ରଖିବା ପାଇଁ କହିଥିଲେ । କାରଣ ଅମିତାଭ ସିନ କରିବା ସମୟରେ ସତରେ ତାଙ୍କ ବ୍ଲାଉଜକୁ ଟାଇଟ କରି ବାନ୍ଧି ପାରିବେ । ଏମିତି ହେଲେ ହିଁ ଏହି ଟଚ ତାଙ୍କୁ ସେହି ଲୁକ ଦେବ ଯାହା ସେ ଚାହାଁନ୍ତି ।

 

 

 

 

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.