High Alert in Israel: ହାଇଆଲର୍ଟରେ ଇସ୍ରାଏଲ: ଇରାନରେ ଯେ କୌଣସି ସମୟରେ ଆମେରିକାର ଆକ୍ରମଣ
ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ଭାବନାକୁ ନେଇ ଇସ୍ରାଏଲ ହାଇ ଆଲର୍ଟରେ ଅଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ମଧ୍ୟରେ ବାରମ୍ବାର ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଧମକ ଦେଇଛନ୍ତି

ତେଲ୍ ଅଭିଭ୍: ଇରାନ ଉପରେ ଆମେରିକାର ଆକ୍ରମଣ ସମ୍ଭାବନାକୁ ନେଇ ଇସ୍ରାଏଲ ହାଇ ଆଲର୍ଟରେ ଅଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ଦିନ ମଧ୍ୟରେ ବାରମ୍ବାର ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ଧମକ ଦେଇଛନ୍ତି ଏବଂ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ବିରୋଧରେ ବଳ ପ୍ରୟୋଗ ନ କରିବାକୁ ଇରାନର ଶାସକମାନଙ୍କୁ ଚେତାବନୀ ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି ଯେ, ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରାଗଲେ ଆମେରିକା ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ତେଣେ ଇରାନ ଧମକ ଦେଇଛି, ଯଦି ଟ୍ରମ୍ପ ହସ୍ତକ୍ଷେପ କରନ୍ତି, ତେବେ ଇରାନ, ଆମେରିକାର ସୈନ୍ୟ ଏବଂ ଆମେରିକା ଓ ଇସ୍ରାଏଲ ସହ ଜଡ଼ିତ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିବ।
ଗତରାତିରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଇରାନରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ। ଜଣେ ଆମେରିକୀୟ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଉଭୟେ କଥା ହୋଇଥିଲେ କିନ୍ତୁ ସେମାନେ କେଉଁ ବିଷୟ ଉପରେ ଆଲୋଚନା କରିଥିଲେ ତାହା କହି ନାହାନ୍ତି।
ଇରାନର ଆଣବିକ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବିଷୟରେ ଇସ୍ରାଏଲର ଚିନ୍ତାକୁ ନେଇ ଦୁଇ ଚିରଶତ୍ରୁଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବାରୁ ଇସ୍ରାଏଲ ଇରାନରେ ଆକ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିନାହିଁ। ଏକ ସାକ୍ଷାତ୍କାରରେ ନେତାନ୍ୟାହୁ କହିଛନ୍ତି ଯେ, ଯଦି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ଏହାର ଭୟଙ୍କର ପରିଣାମ ହେବ। ଇରାନରେ ଚାଲିଥିବା ବିଦ୍ରୋହ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି: ଇରାନ ଭିତରେ କ’ଣ ଘଟୁଛି ତାହା ଉପରେ ଆମେ ନଜର ରଖିଛୁ।
ସୌଜନ୍ୟ ସମ୍ବାଦ




