ଖେଳ
Hockey: ଭାରତର ଲଜ୍ଜାଜନକ ପରାଜୟ: ଆର୍ଜେଣ୍ଟିନାଠୁ ୦-୮ ଗୋଲ୍ରେ ହାରିଲା
ଘରୋଇ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ପ୍ରୋ-ଲିଗ୍ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି। ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠାରୁ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାଠାରୁ ୦-୮ ଗୋଲ୍ରେ ଲଜ୍ଜାଜନକ ପରାଜୟ ବରଣ କରିଛି।

ରାଉରକେଲା: ଘରୋଇ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ପ୍ରୋ-ଲିଗ୍ରେ ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି। ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ଠାରୁ ହାରିଥିବା ଭାରତ ଗୁରୁବାର ଆର୍ଜେଣ୍ଟିନାଠାରୁ ୦-୮ ଗୋଲ୍ରେ ଲଜ୍ଜାଜନକ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଭାରତ ବିପକ୍ଷରେ ଏହା ଆର୍ଜେଣ୍ଟିନାର ସର୍ବବୃହତ ବିଜୟ ହାସଲ କରିଛି।




