ଖେଳ

Hockey: ହକି ପ୍ରୋଲିଗ୍‌: ଆରମ୍ଭରୁ ଝୁଣ୍ଟିଲା ଭାରତ

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତର ଆରମ୍ଭରୁ ଝୁଣ୍ଟିଛି। ବୁଧବାର ନିଜ ଘରୋଇ ପଡ଼ିଆ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜକ ଭାରତ ୧-୩ ଗୋଲ୍‌ରେ ଶକ୍ତିଶାଳୀ ବେଲଜିୟମ୍‌ଠୁ ହାରିଯାଇଛି।

ରାଉରକେଲା: ‌ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତର ଆରମ୍ଭରୁ ଝୁଣ୍ଟିଛି। ବୁଧବାର ନିଜ ଘରୋଇ ପଡ଼ିଆ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜକ ଭାରତ ୧-୩ ଗୋଲ୍‌ରେ ଶକ୍ତିଶାଳୀ ବେଲଜିୟମ୍‌ଠୁ ହାରିଯାଇଛି। ପ୍ରଥମ ତିନି କ୍ବାର୍ଟର୍‌ରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଶେଷ କ୍ବାର୍ଟର୍‌ରେ କିନ୍ତୁ ବେଲଜିୟମ୍‌ ବାଜି ମାରିନେଇ କ୍ରମାଗତ ଦ୍ବିତୀୟ ବିଜୟ ଲାଭ କରିଥିଲା। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା।

ଦ୍ବିତୀୟ କ୍ବାର୍ଟର୍‌ରେ ନେଲସନ୍‌ ଓନାନା (୨୩ ମିନିଟ୍‌)ଙ୍କ ଫିଲ୍‌ଡ ଗୋଲ୍‌ରେ ଭ୍ରମଣକାରୀ ବେଲ୍‌ଜିୟମ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୯ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗକୁ ଓଡ଼ିଆ ତାରକା ଶିଳାନନ୍ଦ ଲାକ୍ରା ଗୋଲ୍‌ ଦେଇ ସ୍ଥିତି ସମାନ କରି ଦେଇଥିଲେ। ତୃତୀୟ କ୍ବାର୍ଟର୍‌ ବି ଗୋଲ୍‌ଶୁନ୍ୟରେ ଶେଷ ହୋଇଥିଲା। କିନ୍ତୁ ଚତୁର୍ଥ କ୍ବାର୍ଟରରେ ଭ୍ରମଣକାରୀ ‌ଦଳ ଦୁଇଟି ଗୋଲ୍‌ ଲଦି ବିଜୟୀ ହୋଇଥିଲା। ଥୋମାସ କ୍ରଲ୍‌ସ (୫୩ ମିନିଟ୍‌) ଓ ଆର୍ଣ୍ଣୋ ଭାନ୍‌ ଡିଜେଲ୍‌ (୫୭ ମିନିଟ୍‌) ଏହି ଦୁଇ ଗୋଲ୍‌ ଦେଇଥିଲେ। ଗୁରୁବାର ଭାରତ ନିଜର ଦ୍ବିତୀୟ ମୁକାବିଲାରେ ଆର୍ଜେଣ୍ଟିନାକୁ ଭେଟିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button