Honey, Jacqueline: ଉଦ୍ଘାଟନୀ ଉତ୍ସବରେ ହନି, ଜ୍ୟାକ୍ଲିନ୍ଙ୍କ ଜଲ୍ୱା: ମୁମ୍ବାଇଠାରୁ ବିଜୟ ଛଡ଼ାଇନେଲା ବେଙ୍ଗାଲୁରୁ
ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ମ୍ୟାଚ୍ରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ବିଜୟ ଛଡ଼ାଇନେଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଆର୍ସିବି ଶେଷ ବଲ୍ ଚୌକା....

ମୁମ୍ବାଇ: ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ମ୍ୟାଚ୍ରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ବିଜୟ ଛଡ଼ାଇନେଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଆର୍ସିବି ଶେଷ ବଲ୍ ଚୌକା ସହ ୭ ୱିକେଟ୍ରେ ରୋମାଞ୍ଚକ ବିଜୟ ପାଇଛି। ୧୫୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଆର୍ସିବି ୬୫/୫ରେ ସଂଘର୍ଷ କରିଥିଲେ ମଧ୍ୟ ନାଡିନ୍ ଡି’କ୍ଲାର୍କ (୪୪ ବଲ୍ରୁ ୬୩* ରନ୍)ଙ୍କ ଜବରଦସ୍ତ ପାଳି ବଳରେ ଶେଷ ବଲ୍ ଚୌକାରେ ବିଜୟୀ ହୋଇଥିଲା। ଶେଷ ଓଭରରୁ ୧୮ ରନ୍ ଆବଶ୍ୟକ ଥିବାବେଳେ ନାଟ୍ ଶିଭର୍ ବ୍ରଣ୍ଟ୍ଙ୍କୁ ୨ ଲେଖାଏଁ ଛକା ଓ ଚୌକା ମାରି ଡି’କ୍ଲାର୍କ ମ୍ୟାଚ୍ ଶେଷ କରିଥିଲେ। ଆର୍ସିବି ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରି ନେଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ (୬୫* ଓ ୪/୨୬) ପାଇଁ ଡି’କ୍ଲାର୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।
ଟସ୍ ଜିତି ଆର୍ସିବି କ୍ଷେତ୍ରରକ୍ଷଣ କରିବା ପରେ ଦଳର ବୋଲରମାନେ ଏହାକୁ ଯଥାର୍ଥ ସାବ୍ୟସ୍ତ କରି ମୁମ୍ବାଇକୁ ନିୟମିତ ବ୍ୟବଧାନରେ ଝଟ୍କା ଦେଇଥିଲେ। ଶେଷକୁ ମୁମ୍ବାଇ ପାଇଁ ନିକୋଲା କ୍ୟାରି (୨୯ ବଲ୍ରୁ ୪୦ ରନ୍) ଏବଂ ସଜୀବନ ସଜନା (୨୫ ବଲ୍ରୁ ୪୫ ରନ୍) ଲଢ଼ିବାରୁ ଦଳ ୧୫୪ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର୍ ନାଦିନ୍ ଡି’କ୍ଲାର୍କ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ରାପର୍ ହନି ସିଂହ ଏବଂ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍, ହର୍ଣ୍ଣାଜ୍ କୌର୍ଙ୍କ କାର୍ଯ୍ୟକ୍ରମ କ୍ରିକେଟ୍ ପ୍ରଶଂସକକୁ ମନ୍ତ୍ର ମୁଗ୍ଧ କରିଥିଲା। ପାର୍ଟି ଅଲ୍ ନାଇଟ୍ର ଏହି କାର୍ଯ୍ୟକ୍ରମରେ ହନି ସିଂହଙ୍କ ଲୁଙ୍ଗି ଡ୍ୟାନ୍ସ ବି ପ୍ରଶଂସକଙ୍କୁ କ୍ରିକେଟ୍ ଆକ୍ସନ ପୂର୍ବରୁ ମତୁଆଲା କରି ଦେଇଥିଲା।
ସୌଜନ୍ୟ ସମ୍ବାଦ




