Breaking News

ପାକିସ୍ତାନରେ ହନିଟ୍ରାପ ଭୂକମ୍ପର ଝଟକା: ସିନେମା ଜଗତରୁ ସେନା ଯାଏଁ ହଇଚଇ

ସବୁଠୁ ବଡ ସ୍କାଣ୍ଡାଲର ଖୁଲ୍ଲାସା, ପୂର୍ବତନ ସେନାଧିକାରୀ କଲେ ବଡ଼ ଦାବି

0

ପାକିସ୍ତାନ: ହନିଟ୍ରାପରେ ପାକ୍ ରାଜନେତା । ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କ ସହାୟତାରେ ନେତାଙ୍କୁ କରାଯାଉଥିଲା ଟାର୍ଗେଟ । ବଡ଼ କଥା ହେଉଛି, ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି । ପାକ୍ ସେନାର ପୂର୍ବତନ ମେଜର ଆଦିଲ ରଜା ଏପରି ଏକ ବଡ଼ ଖୁଲାସା କରିଛନ୍ତି । ହନିଟ୍ରାପ ଦ୍ୱାରା ସେମାନଙ୍କୁ ଫସାଇ ବ୍ଲାକମେଲ କରାଯାଉଥିଲା । ଦେଶର ସୁରକ୍ଷା ଦାୟିତ୍ୱ ବୁଝୁଥିବା ସେନା ଓ ଆଇଏସଆଇର ଏଭଳି କାର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା ।

ପାକିସ୍ତାନର ରାଜନେତାଙ୍କୁ ହନିଟ୍ରାପରେ ଛନ୍ଦି ବ୍ଲାକମେଲ କରୁଥିଲେ ସେନା ଓ ଏଏସଆଇ ଅଧିକାରୀ । ପାକିସ୍ତାନ ସେନା ଏବଂ ଗୁଇନ୍ଦା ଏଜେନ୍ସି ଆଇଏସଆଇ ବିରୋଧରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୂର୍ବତନ ସେନା ଅଧିକାରୀ ଆଦିଲ ରଜା । ସେ କହିଛନ୍ତି ପାକିସ୍ତାନର ନାମୀଦାମୀ ଅଭିନେତ୍ରୀ ଓ ମଡେଲଙ୍କୁ ହନିଟ୍ରାପ ପାଇଁ ବ୍ୟବହାର କରାଯାଉଥିଲା ।

ଆଦିଲ ରଜାଙ୍କ ଏହି ଅଭିଯୋଗ ପାକିସ୍ତାନର ରାଜନୈତିକ ମହଲଠୁ ଆରମ୍ଭ କରି ପାକିସ୍ତାନ ସିନେମା ଜଗତ ଓ ସେନାଅଧିକାରୀଙ୍କୁ ଦୋହଳାଇ ଦେଇଛି ।

ଆଦିଲ ରଜାଙ୍କ ଅଭିଯୋଗ ପାକିସ୍ତାନର ପୂର୍ବତନ ସେନାମୁଖ୍ୟ କମର ଜାଭେଦ ବାଜୱା ଓ ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ ହମିଦ ଏହି ହନିଟ୍ରାପର ମାଷ୍ଟର ମାଇଣ୍ଡ । ଅଭିନେତ୍ରୀ ଓ ମୋଡେଲଙ୍କ ସହ ନେତାଙ୍କ ଅନ୍ତରଙ୍ଗ ମୂହୂର୍ତର ଭିଡିଓ ସୁଟ କରି ବ୍ଲାକମେଲ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଆଦିଲ ରଜା ଚାରି ଅଭିନେତ୍ରୀଙ୍କ ନାଁର ପ୍ରାରମ୍ଭିକ ଅକ୍ଷର କହିଥିବା ବେଳେ ପାକ ଗଣମାଧ୍ୟମ ସେମାନଙ୍କୁ ମେହୱିଶ ହୟାତ, ମାହିରା ଖାନ, କୁବ୍ରା ଖାନ ଓ ସଜଲ ଅଲ୍ଲୀ ବୋଲି ଦର୍ଶାଇଛନ୍ତି । ଦୁଇ ଅଭିନେତ୍ରୀ ଅଭିଯୋଗକୁ ଖଣ୍ଡନ କରିବା ସହ ଆଦିଲ ରଜା କ୍ଷମା ପ୍ରାର୍ଥନା କରନ୍ତୁ ନହେଲେ ମାନହାନୀ ମୋକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ହନିଟ୍ରାପର ଅଭିଯୋଗ ଆଣିଥିବା ଆଦିଲ ରାଜା ପାକିସ୍ତାନ ଛାଡି ଏବେ ବ୍ରିଟେନରେ ରହୁଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସେ ଘନିଷ୍ଟ ଓ ଇମ୍ରାନଙ୍କ ଦଳ ଖରାପ ସମୟ ଦେଇ ଗତି କରୁଥିବାରୁ ରାଜନୈତିକ ଉଦ୍ଦେଶ୍ୟ ରଖି ସେ ଏଭଳି ଅଭିଯୋଗ ଆଣିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ଓ ପୂର୍ବତନ ଆଇଏସଆଇ ମୁଖ୍ୟ ଫୈଜ ହମିଦ ଏଥିରେ ସାମିଲ ଥିବା ଜଣାପଡିଛି । ଇସଲାମାବାଦ ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ସେନା ଓ ଆଇଏସଆଇର ‘ସେଫ୍ ହାଉସ୍’ ରହିଛି । ଏଠାକୁ ନେତାମାନଙ୍କୁ ଡକାଯାଇ ଅଭିନେତ୍ରୀ ଓ ମଡେଲଙ୍କ ସହ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ୍ କରାଯାଉଥିଲା । ପରେ ନେତାମାନଙ୍କୁ ଭିଡିଓ କ୍ଲିପ ପଠାଯାଇ ବ୍ଲାକମେଲ କରାଯାଉଥିଲା । ଏପରି ଅଭିଯୋଗ ଆଣିଛନ୍ତି ପାକ୍ ସେନାର ପୂର୍ବତନ ଜେନେରାଲ ।

– ପୂର୍ବତନ ମେଜର ଆଦିଲ ରଜା ବଡ଼ ଖୁଲାସା କରିଛନ୍ତି
– ଇସଲାମାବାଦ ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ସେନା ଓ ଆଇଏସଆଇର ‘ସେଫ୍ ହାଉସ୍’ ରହିଛି
– ଏଠାକୁ ନେତାମାନଙ୍କୁ ଡକାଯାଉଥିଲା
– ଅଭିନେତ୍ରୀ ଓ ମଡେଲଙ୍କ ସହ ନେତାଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ସୁଟ୍ କରାଯାଉଥିଲା
– ପରେ ନେତାମାନଙ୍କୁ ଭିଡିଓ କ୍ଲିପ ପଠାଯାଇ ବ୍ଲାକମେଲ କରାଯାଉଥିଲା
– ଆଦିଲ ରଜା ୪ଜଣ ଅଭିନେତ୍ରୀଙ୍କ ନାଁର ପ୍ରାରମ୍ଭିକ ଅକ୍ଷରକୁ ବ୍ୟବହାର କରିଛନ୍ତି
– ସେମାନେ ହେଲେ ଏମ୍ଏଚ୍,ଏମ୍କେ, କେକେ ଏବଂ ଏସ୍ଏ
– ପାକ ଗଣମାଧ୍ୟମ ଏମାନଙ୍କୁ ଯଥାକ୍ରମେ ମେହୱିଶ ହୟାତ, ମାହିରା ଖାନ, କୁବ୍ରା ଖାନ୍ ଓ ସଜଲ ଅଲ୍ଲୀ ଦର୍ଶାଇଛି
– ଏହାସହ କିଛି ଅଶ୍ଲିଳ ଭିଡିଓ ବି ଲିକ୍ ହୋଇଛି

ସଜଲ ଅଲ୍ଲୀ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ଦେଶର ନୈତିକତା ଉପରେ ପ୍ରହାର ବୋଲି କହିଛନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ସଜଲ ଅଲ୍ଲୀ । ୩ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି କୁବ୍ରା ଖାନ । ନଚେତ ମାନହାନୀ ମକଦ୍ଦମା ପାଇଁ ଚେତାବନୀ ଦେଇଛନ୍ତି । ମାହିରା ଖାନ ଓ ମହୱିଶ ହୟାତ ନିଜ ପକ୍ଷ ରଖିନାହାନ୍ତି ।

Leave A Reply

Your email address will not be published.