ଦେଶ ବିଦେଶ

Hormuz: ହର୍ମୁଜ ପ୍ରଣାଳୀ ଖୋଲିବାକୁ ଟ୍ରମ୍ପଙ୍କ ବଡ଼ ଯୋଜନା- ଇରାନ ବିରୋଧରେ ସ୍ଥଳଭାଗ‌ରେ ଓହ୍ଲାଇ ପାରନ୍ତି ଆମେରିକା ସୈନିକ

ଆମେରିକା ଓ ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ଏବେ ବିଶ୍ବର ଏକ ପ୍ରମୁଖ ଶକ୍ତି ମାର୍ଗ ଦେଇ ତୈଳ ଓ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି।

ୱାସିଂଟନ: ଆମେରିକା ଓ ଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ଏବେ ବିଶ୍ବର ଏକ ପ୍ରମୁଖ ଶକ୍ତି ମାର୍ଗ ଦେଇ ତୈଳ ଓ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି। ସୂତ୍ର ଅନୁଯାୟୀ ଟ୍ରମ୍ପ ପ୍ରଶାସନ ମଧ୍ୟପ୍ରାଚ୍ୟରେ ଏହାର ଅପରେସନକୁ ଆହୁରି ମଜବୁତ କରିବା ପାଇଁ ହଜାର ହଜାର ଆମେରିକୀୟ ସୈନିକଙ୍କୁ ନିୟୋଜିତ କରିବା ବିଷୟରେ ବିଚାର କରୁଛି।

ନାଟୋ ଦେଶ ସହିତ ଅନ୍ୟ କେତେକ ଦେଶଙ୍କୁ ଏଠାକୁ ଯୁଦ୍ଧ ଜାହାଜ ପଠାଇବାକୁ ଟ୍ରମ୍ପ ନିବେଦନ କରିଥିଲେ। କିନ୍ତୁ ଏସବୁ ଫେଲ୍‌ ମାରିଥିଲା। ହର୍ମୁଜ ପ୍ରଣାଳୀକୁ ଇରାନ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ଟ୍ରମ୍ପ ଅନ୍ୟ ଏକ ଯୋଜନା କରୁଛନ୍ତି। ଏଥିରେ ସ୍ଥଳ ପଥରେ ଅପରେସନ ପାଇଁ ଟ୍ରମ୍ପ ଯୋଜନା କରୁଛନ୍ତି। ଟ୍ରମ୍ପ ଇରାନ ବିରୋଧରେ ବଡ଼ଧରଣର ଅପରେସନ କରି ହଜାର ହଜାର ସୈନିକଙ୍କୁ ଓହ୍ଲାଇବାକୁ ଯୋଜନା କରୁଥିବା ରଏଟର୍ସ ପ୍ରକାଶ କରିଛି। ଟ୍ରମ୍ପ ପୂର୍ବରେ ନିଜ ସୈନ୍ୟ ସମର୍ଥ୍ୟରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆମେରିକା ବିପୁଳ ସଂଖ୍ୟକ ସୈନ୍ୟଙ୍କୁ ଏଠାରେ ନିୟୋଜିତ କରିପାରେ ‌ବୋଲି ଜଣେ ଆମେରିକୀୟ ଅଧିକାରୀ ଏବଂ ଏହି ବିଷୟ ସହିତ ଜଡ଼ିତ ଅନ୍ୟ ତିନି ଜଣଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ରଏଟର୍ସ ପ୍ରକାଶ କରିଛି।
ଇରାନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ ପ୍ରଣାଳୀରେ ସଙ୍କଟ ଘନୀଭୂତ ହୋଇଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଶକ୍ତି ମାର୍ଗ ଦେଇ ଜାହାଜଗୁଡ଼ିକର ଚଳାଚଳ ପ୍ରାୟତଃ ବନ୍ଦ ରହିଛି। ବିଶ୍ୱର ୨୦ ପ୍ରତିଶତ ତୈଳ ବାଣିଜ୍ୟ ହର୍ମୁଜ ପ୍ରଣାଳୀ ଦେଇ କରାଯାଉଥିବାରୁ ବିଶ୍ୱ ଶକ୍ତି ଯୋଗାଣରେ ଏକ ସଙ୍କଟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆମେରିକା ଇରାନର ହୃଦୟ କୁହାଯାଉଥିବା ଖାର୍ଗ ଦ୍ବୀପକୁ ସୈନ୍ୟ ପଠାଇବାକୁ ବିଚାର କରୁଛି। ଇରାନର ୯୦% ତୈଳ ଉତ୍ପାଦନ ଏହିଠାରୁ ହୋଇଥାଏ। ଗତସପ୍ତାହରେ ଆମେରିକା ଖର୍ଗ ଦ୍ବୀପ ଉପରେ ବୋମା ବର୍ଷଣ କରିଥିଲା। ତେବେ ଖର୍ଗ ଦ୍ବୀପକୁ ସୈନ୍ୟ ପଠାଇବା ଖୁବ୍‌ ବିପଦପୂର୍ଣ୍ଣ ଅପରେସନ ହେବ ବୋଲି ଜଣେ ଆମେରିକା ଅଧିକାରୀ କହିଛନ୍ତି। ତେବେ ଟ୍ରମ୍ପଙ୍କ ପାଖରେ ଏନେଇ ବିକଳ୍ପ ଥିଲେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button