How is life found on other planets: ଅନ୍ୟ ଗ୍ରହରେ ଜୀବନ ସନ୍ଧାନ ହେଉଛି କେମିତି?
ଆମେ ଏବେ ବଡ଼ ଉତ୍ସୁକ ପରିସ୍ଥିତିରେ ଅଛୁ କହିଲେ ଚଳେ। କାହିଁ କେଉଁ କାଳରୁ ମନୁଷ୍ୟ ମନରେ ଜାତ ହୋଇଥିବା କେତେକ ଆଦିମ ପ୍ରଶ୍ନର ଉତ୍ତର ଏବେ ଆମ ହାତପାଆନ୍ତାରେ। ସେଥିରୁ ଗୋଟାଏ ହେଉଛି ଅନ୍ତରୀକ୍ଷରେ....

ଆମେ ଏବେ ବଡ଼ ଉତ୍ସୁକ ପରିସ୍ଥିତିରେ ଅଛୁ କହିଲେ ଚଳେ। କାହିଁ କେଉଁ କାଳରୁ ମନୁଷ୍ୟ ମନରେ ଜାତ ହୋଇଥିବା କେତେକ ଆଦିମ ପ୍ରଶ୍ନର ଉତ୍ତର ଏବେ ଆମ ହାତପାଆନ୍ତାରେ। ସେଥିରୁ ଗୋଟାଏ ହେଉଛି ଅନ୍ତରୀକ୍ଷରେ ପୃଥିବୀ କ’ଣ ଏକମାତ୍ର ଗ୍ରହ ଯେଉଁଠି ଜୀବଜଗତ ରହିଛି? ତା’ଛଡ଼ା, ଗ୍ରହଜଗତ ଚଳାଇ ରଖିବାରେ ସୂର୍ଯ୍ୟ କ’ଣ ଅପ୍ରତିମ? ଏ ପ୍ରଶ୍ନଟି ବିଗତ ୩୦ ବର୍ଷ ହେବ ଆମକୁ ବ୍ୟଥିତ କରିଆସୁଥିଲା। କିନ୍ତୁ, ଏହାର ଅଭ୍ରାନ୍ତ ଉତ୍ତର ମିଳିଯାଇଛି। ଆମେ ଏବେ ସୁନିଶ୍ଚିତ ଯେ ଆମ ଜଗତ ବାହାରେ ମଧ୍ୟ ସୂର୍ଯ୍ୟସମ ଅନ୍ୟାନ୍ୟ ବହୁ ନକ୍ଷତ୍ରଙ୍କୁ କେନ୍ଦ୍ରକରି ଅସୁମାରି ଗ୍ରହ ନିଜ ନିଜ କକ୍ଷପଥରେ ପରିକ୍ରମଣ କରୁଛନ୍ତି।
ସୁଦୂର ସେ ସବୁ ପୃଥିବୀତୁଲ୍ୟ ଗ୍ରହ ମଧ୍ୟରୁ କେଉଁଥିରେ ଜୀବଜଗତ୍ ଅଛି କି ନାହିଁ ତାହା କ’ଣ ଦୂରବୀକ୍ଷଣ ଯନ୍ତ୍ର ଯୋଗେ ଠାବ କରାଯିବା ସମ୍ଭବ? କିନ୍ତୁ, ଗୋଟାଏ ପଦ୍ଧତି ସେ କ୍ଷେତ୍ରରେ ଆଶା ସଂଚାର କରିଛି। ତାହା ହେଉଛି ସେ ସେ ସବୁ ଗ୍ରହର ବାୟୁମଣ୍ଡଳରେ ଉପସ୍ଥିତ ବାଷ୍ପ ଅନୁଶୀଳନ। ଅନ୍ତରୀକ୍ଷରେ ୬ ହଜାରରୁ ଅଧିକ ପୃଥିବୀତୁଲ୍ୟ ଗ୍ରହ ଥିବା କଥା ଏବେସୁଦ୍ଧା ମନୁଷ୍ୟ ଜାଣିପାରିଛି। ସେଥିରୁ ଯେଉଁ ଗ୍ରହଗୁଡ଼ିକରେ ଜୀବଜଗତ ଥିବାପରି ପ୍ରତୀୟମାନ ହେଉଛି, ତାହାର ତାଲିକା ପ୍ରସ୍ତୁତ କରାଯାଉଛି। ସେ ସବୁ ଗ୍ରହ ଓ ସେମାନେ ପରିକ୍ରମଣ କରୁଥିବା ନକ୍ଷତ୍ର ମଧ୍ୟରେ ଥିବା ଦୂରତ୍ବ ଅନୁଯାୟୀ ଏହି ତାଲିକା କରାଯାଉଛି। ସରଳ ଭାଷାରେ କହିଲେ, ଉକ୍ତ ଗ୍ରହର ସମ୍ଭାବ୍ୟ ଉତ୍ତାପ ଆକଳନ କରି ସେଠାରେ ଜୀବଜଗତ ତିଷ୍ଠିବା ସମ୍ଭବି କି ନା, ତାହା ବିବେଚନା କରାଯାଉଛି।
ସୌଜନ୍ୟ ସମ୍ବାଦ




