ଅପରାଧ

Constable Murder: ଘରେ ଶୋଇଥିଲେ କନେଷ୍ଟବଳ, ପଥର କଚାଡ଼ି ହତ୍ୟା

ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ବାଲିସାହିରେ ପୁଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା ଘଟଣା ଉପରୁ ପରଦା ହଟିଛି। ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ଉଦୟ ରଞ୍ଜନ ପଟ୍ଟନାୟକ ଛୁଟିରେ ଆସି ଯାଜପୁରସ୍ଥିତ ତାଙ୍କ ବାସଭବନରେ ରହୁଥିଲେ।

ପୁରୁଣାକଟକ (ସିମୁନ ନାଏକ):ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ବାଲିସାହିରେ ପୁଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା ଘଟଣା ଉପରୁ ପରଦା ହଟିଛି। ସୂଚନା ଅନୁଯାୟୀ ବାଲିଗୁଡ଼ା ଥାନାରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ଉଦୟ ରଞ୍ଜନ ପଟ୍ଟନାୟକ ଛୁଟିରେ ଆସି ଯାଜପୁରସ୍ଥିତ ତାଙ୍କ ବାସଭବନରେ ରହୁଥିଲେ। ତାଙ୍କ ପଡ଼ୋଶୀ ସଞ୍ଜୟ ନାଏକଙ୍କ ସହ ତାଙ୍କର ଦୀର୍ଘ ଦିନରୁ ଶତ୍ରୁତା ଥିଲା। ଏହାକୁ ନେଇ ଅଭିଯୁକ୍ତ ହତ୍ୟା ପାଇଁ ଯୋଜନା ଆରମ୍ଭ କରିଥିବା ବେଳେ ସୁଯୋଗ ଅପେକ୍ଷାରେ ରହିଥିଲା।

ଶାଗୁଆନ ପତ୍ରରେ ଢାଙ୍କିଦେଲା ମୃତଦେହ

ପୁଲିସ କହିଛି, ଚଳିତ ମାସ ୧୦ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ଉଦୟ ଘରେ ଖାଇ ସାରି ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ସଞ୍ଜୟ ଏକ ବଡ଼ ପଥର ଆଣି ଛେଚି ହତ୍ୟା କରିଥିଲା। ଘଟଣାକୁ ଲୁଚାଇବାକୁ ଯାଇ ଅଭିଯୁକ୍ତ ଶବକୁ ଘୋଷାଡ଼ି ଘୋଷାଡ଼ି ନେଇ ବାରି ପଟେ ରଖି ଶାଗୁଆନ ପତ୍ର ଢାଙ୍କି ଦେଇଥିଲା। ଫଳରେ ସାହିପଡିଶା ଘଟଣାର ଟେର ମଧ୍ୟ ପାଇ ନଥିଲେ। ଦୁଇ ତିନି ଦିନ ପରେ ଶବ ଦୁର୍ଗନ୍ଧ ଆରମ୍ଭ ହୋଇଥିଲା। ଘଟଣାର ୫ ଦିନ ପରେ ଅଞ୍ଚଳ ପୁରା ଦୁର୍ଗନ୍ଧରେ ଫାଟି ପଡ଼ିଥିଲା। ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଠାବ କରିବା ସହ ଅଭିଯୁକ୍ତ ସଞ୍ଜୟକୁ କାବୁ କରିବା ପାଇଁ ବେଶୀ ସମୟ ନନେଇ ସଙ୍ଗେ ସଙ୍ଗେ ଧରିଥିଲା। ଅଭିଯୁକ୍ତ ମଧ୍ୟ ହତ୍ୟା କରିଥିବା ପୁଲିସକୁ ପ୍ରକାଶ କରିଥିଲା।

ଅଭିଯୁକ୍ତ କୋର୍ଟ ଚାଲାଣ

କନେଷ୍ଟବଳ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିିଥିବା କହିଛନ୍ତି ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂ।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button