ଦେଶ ବିଦେଶ

Dengue Mosquito: ମାଲା ମଶାକୁ ପ୍ଲାଷ୍ଟିକରେ ପୁରାଇ ଅଧିକାରୀଙ୍କୁ ଚେତାବନୀ

ମଶା କେବଳ ଏକ ଛୋଟ କୀଟ ହୋଇ ରହିନାହିଁ। ଏହା ମାରାତ୍ମକ ରୋଗର ଏକ ପ୍ରମୁଖ କାରଣ ପାଲଟି ଯାଇଛି। ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁନଗୁନିଆ ଭଳି ରୋଗର ବୃଦ୍ଧି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଶା କେବଳ ଏକ ଛୋଟ କୀଟ ହୋଇ ରହିନାହିଁ। ଏହା ମାରାତ୍ମକ ରୋଗର ଏକ ପ୍ରମୁଖ କାରଣ ପାଲଟି ଯାଇଛି। ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକୁନଗୁନିଆ ଭଳି ରୋଗର ବୃଦ୍ଧି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଅନନ୍ୟ ପଦକ୍ଷେପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଲା ମଶା ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ମଲା ମଶାକୁ ପ୍ଲାଷ୍ଟିକରେ ଗୁଡ଼ାଇ ମ୍ୟୁନିସିପାଲ୍ କର୍ପୋରେସନ୍ କାର୍ଯ୍ୟାଳୟରେ ପହଞ୍ଚୁଛନ୍ତି। ଏହି ଦୃଶ୍ୟକୁ ଦେଖି ସେଠାରେ ଥିବା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମ୍ପୂର୍ଣ୍ଣ କାହାଣୀଟି ହେଉଛି ଏପରି

ଛତିଶଗଡ଼ର ରାଜଧାନୀ ରାୟପୁରରେ ଡେଙ୍ଗୁ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ମଶା କାମୁଡ଼ିବା ପରେ ସେ ଭୟଭୀତ ହୋଇଯାଇଥିଲେ। ଉକ୍ତ ମଶାକୁ ଡେଙ୍ଗୁ ମଶା ଥିବା ସନ୍ଦେହ କରି ତାକୁ ମାରି ଏକ ପ୍ଲାଷ୍ଟିକରେ ସାଇତି ସିଧା ନଗର ନିଗମ କାର୍ଯ୍ୟାଳୟରେ ଯାଇ ପହଞ୍ଚି ଯାଇଥିଲେ। କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ମଶା ଦେଖାଇ କହିଥିଲେ, ‘ସହରରେ ମଶାଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଯଦି ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଯାଏ, ତେବେ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ଦ୍ରୁତ ଗତିରେ ବ୍ୟାପିବାର ଅନେକ ସମ୍ଭା୍ବନା ରହିଛି।

ଏ ଭିଡିଓ ଦେଖିବା ପରେ  ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ମଶାଙ୍କ ଘର ଉପରେ ବୁଲଡୋଜର ଚଲାଇ ଦିଆଯାଉ। ଏବେ ପ୍ରମାଣ ସହିତ ମଶା ମଧ୍ୟ ଧରାଯିବ।କେତେକ କହିଛନ୍ତି ଯେ ପ୍ରଶାସନ ଏହି ଭିଡିଓକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ, କାରଣ ଏହା ସାଧାରଣ ଲୋକଙ୍କ ଭୟ ଏବଂ କଷ୍ଟକୁ ଦର୍ଶାଉଛି।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button