Breaking News

ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ପରାସ୍ତ, ବିଜୟ ସହ ବିଶ୍ବକପ୍‌-୨୦୨୩ ଅଭିଯାନ ଆରମ୍ଭ କଲା ନ୍ୟୁଜିଲାଣ୍ଡ

  • କନୱେଙ୍କ ଅପରାଜିତ ୧୫୨ରନ ଏବଂ ରବୀନ୍ଦ୍ରଙ୍କ ଅପରାଜିତ ୧୨୩ ରନ ସ୍କୋର
  • ସ୍କୋର: ଇଂଲଣ୍ଡ ୨୮୨/୯ ; ନ୍ୟୁଜିଲାଣ୍ଡ ୨୮୨/୧(୩୬.୨ ଓଭର)
  • ଇଂଲଣ୍ଡକୁ ନ୍ୟୁଜିଲାଣ୍ଡର ଏକପାଖିଆ ମୁକାବିଲାରେ ୯ ୱିକେଟରେ ପରାସ୍ତ
  • ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନେଇଥିଲା ନିଷ୍ପତ୍ତି

ଅହମଦାବାଦ : ଆଇସିସି ବିଶ୍ବକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଦେଇଛି ନ୍ୟୁଜିଲାଣ୍ଡ । ଏହା ସହିତ ୨୦୧୯ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ। ଆଜି ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ରନର୍ସଅପ ନ୍ୟୁଜିଲାଣ୍ଡ ଏକପାଖିଆ ମୁକାବିଲାରେ ୯ ୱିକେଟ ହରାଇଛି। କନୱେ ଓ ରବୀନ୍ଦ୍ରଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ଟିମର ବିପୁଳ ବିଜୟ ହାସଲ କରିଛନ୍ତି। କନୱେଙ୍କ ଅପରାଜିତ ୧୫୨ରନ ଏବଂ ରବୀନ୍ଦ୍ରଙ୍କ ଅପରାଜିତ ୧୨୩ ରନ ସ୍କୋର କରିଛନ୍ତି। ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ। ଏହି ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୬.୨ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ୱିକେଟ୍ ଯୋଡ଼ିରେ ଡାୱିଡ୍ ମଲାନ ଓ ଜନି ବେୟାରଷ୍ଟୋ ୪୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ତେବେ ମଲାନ ମାତ୍ର ୧୪ ରନରେ ଆଉ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ରୁଟ୍ ସର୍ବାଧିକ ୭୭ ରନ କରିଥିବାବେଳେ ବେୟାରଷ୍ଟୋ ୩୩ ରନ କରିଥିଲେ। ମଧ୍ୟକ୍ରମରେ କେତେକ ବ୍ୟାଟ୍ସମ୍ୟାନ ବିଫଳ ହେବା ପରେ ଜସ ବଟଲର ଓ ଲିଆମ ଲିଭିଂଷ୍ଟୋନ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଶେଷ ବେଳକୁ ମାର୍କ ଉଡ୍ ଓ ଆଦିଲ୍ ରସିଦ୍ ଉପଯୋଗୀ ବ୍ୟାଟି କରି ସ୍କୋରକୁ ୨୮୦ ଉପରକୁ ନେଇଯାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୩ଟି ୱିକେଟ ନେଇଥିବାବେଳେ ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ୨ ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.