ଓଡିଶା

Dharmendra Pradhan: ସମ୍ବଲପୁରରୁ ଝାରସୁଗୁଡ଼ା ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଓଡ଼ିଶାର ଶିଳ୍ପ ସମୃଦ୍ଧ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ସମୃଦ୍ଧ ଦୁଇ ପ୍ରମୁଖ ସହର ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବୈକଳ୍ପିକ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ୍ କରି ଅନୁରୋଧ କରିଛନ୍ତି।

ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଅର୍ଥନୀତିର ପେଣ୍ଠସ୍ଥଳ। ଏହି ନୂତନ ଜାତୀୟ ରାଜପଥ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଜାତୀୟ ରାଜପଥ ସମ୍ବଲପୁର ଓ ଝାରସୁଗୁଡ଼ାକୁ ସଂଯୋଗ କରିବା ସହ ଓଡ଼ିଶାର ଶିଳ୍ପ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ଏହା କେବଳ ପରିବହନ ନୁହେଁ, ବରଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ପୂର୍ବୋଦୟ ଭାରତର ବିକାଶ

ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶାର ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହି ବୈକଳ୍ପିକ ରାଜପଥ ନିର୍ମାଣ ହେଲେ ଏହା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button