Illegal posting on ‘X: ‘ଏକ୍ସ’ରେ ବେଆଇନ ପୋଷ୍ଟ୍‌ କଲେ ଆକାଉଣ୍ଟ୍‌ ବନ୍ଦ ହେବ

ନୂଆଦିଲ୍ଲୀ: ଅଶ୍ଳୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଏଆଇ ଟୁଲ୍‌ ‘ଗ୍ରୋକ୍‌’କୁ ନିର୍ଦ୍ଦେଶ ଦେଉଥିବା ଲୋକମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍‌କୁ କମ୍ପାନି ହଟାଇଦେବ। ଯେଉଁମାନେ ସେଭଳି ପୋଷ୍ଟ୍‌ କରୁଛନ୍ତି ସେମାନଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ‘ଏକ୍ସ’ର ଗ୍ଲୋବାଲ୍‌ ଗଭର୍ଣ୍ଣମେଣ୍ଟ୍‌ ଆଫେୟାର୍ସ ଆକାଉଣ୍ଟ୍‌ ପକ୍ଷରୁ କୁହାଯାଇଛି। ତାହାକୁ କମ୍ପାନିର ମାଲିକ ଏଲନ ମସ୍କ ମଧ୍ୟ ସ୍ପଷ୍ଟ କରିଛନ୍ତି। କିଛି ଦିନ ଧରି ‘ଏକ୍ସ’ରେ ଏଆଇ ଟୁଲ୍‌ ଗ୍ରୋକ୍‌କୁ ବ୍ୟବହାର କରି ମହିଳା ଓ ଶିଶୁମାନଙ୍କ ଛବିକୁ ବିକୃତ ଓ ଅଶ୍ଳୀଳ କରି ପୋଷ୍ଟ କରାଯାଉଥିଲା।