ଦେଶ ବିଦେଶବାଣିଜ୍ୟ

#Ind_US_Trade_Deal : ମୋଦୀଙ୍କ ସହ ୭ଟି ପଏଣ୍ଟରେ ରାଜି ହେଲେ ଟ୍ରମ୍ପ୍, ଚର୍ଚ୍ଚାରେ ଏହିସବୁ ପ୍ରସଙ୍ଗ

ନୂଆଦିଲ୍ଲୀ,୩|୦୨ : ସମ୍ପର୍କର ନୂଆ ଅଧ୍ୟାୟ । ଦୁଇ ଶକ୍ତିଶାଳୀ ଗଣତନ୍ତ୍ର ମଧ୍ୟରେ ବଡ ଡିଲ୍ ।ଭାରତ-ଆମେରିକା ମଧ୍ୟରେ ହୋଇଛି ଟ୍ରେଡ୍ ଡିଲ୍ । ଆମେରିକା ଦ୍ୱାରା ଲଗାଯାଇଥିବା ଟାରିଫ ମଧ୍ୟ ହ୍ରାସ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଘୋଷଣା କରିଛନ୍ତି । ଏହା ଅନୁସାରେ ୟୁଏସ ପାରସ୍ପରିକ ଶୁଳ୍କକୁ ୨୫%ରୁ ୧୮%କୁ ହ୍ରାସ କରିବ । ଏନେଇ ସୋସିଆଲ ମିଡିଆରେ ଲେଖିଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ତେବେ ଏହି ଡିଲ୍ ୭ଟି ମୁଖ୍ୟ ପଏଣ୍ଟ ଉପରେ ଆଧାରିତ ।

କ’ଣ କହିଲେ ଟ୍ରମ୍ପ୍

ୟୁଏସ ପ୍ରେସିଡେଣ୍ଟ୍ କହିଛନ୍ତି ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ଏକ ସମ୍ମାନର କଥା । ସେ ମୋର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ଦେଶର ଜଣେ ଶକ୍ତିଶାଳୀ ଓ ସମ୍ମାନିତ ନେତା । ଆମେ ବାଣିଜ୍ୟ ଏବଂ ରୁଷ ଓ ୟୁକ୍ରେନ ସହିତ ଯୁଦ୍ଧ ସମାପ୍ତ କରିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛୁ । ଭାରତ ରୁଷରୁ ତେଲ କିଣିବା ବନ୍ଦ କରିଦେଇଛି । ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲାରୁ ଅଧିକ କିଣିବାକୁ ରାଜି ହୋଇଛି । ଏହା ୟୁକ୍ରେନରେ ଚାଲିଥିବା ଯୁଦ୍ଧର ଅନ୍ତ କରିବାରେ ସାହାଯ୍ୟ କରିବ, ଯାହା ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କୁ ହତ୍ୟା କରୁଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ବନ୍ଧୁତା ଏବଂ ସମ୍ମାନ ଯୋଗୁଁ ଓ ତାଙ୍କ ଅନୁରୋଧରେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତି ହୋଇଛି । ଏହା ଅଧୀନରେ ଆମେରିକା ପାରସ୍ପରିକ ଶୁଳ୍କକୁ ୨୫%ରୁ ୧୮%କୁ ହ୍ରାସ କରିବ । ଭାରତ ସେହିପରି ଆମେରିକା ବିରୁଦ୍ଧରେ ଏହାର ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ଶୂନ୍ୟ କରିବା ଦିଗରେ ଅଗ୍ରସର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କ ପୋଷ୍ଟ ପରେ ଧନ୍ୟବାଦ ଜଣାଇଛନ୍ତି । ମେଡ୍ ଇନ୍ ଇଣ୍ଡିଆକୁ ଟ୍ରମ୍ପଙ୍କ ନିଷ୍ପତ୍ତି ବଡ ସୁଯୋଗ ଦେବ । ଏହା  କୋଟି ଭାରତୀୟଙ୍କ ପାଇଁ ଲାଭଦାୟକ ହେବ ବୋଲି ମୋଦୀ କହିଛନ୍ତି ।

ଫୋକସରେ ୭ ପଏଣ୍ଟ୍

ଆମେରିକାରୁ ଭାରତ ରପ୍ତାନୀ ହେଉଥିବା ଜିନିଷ ଉପରେ ସମ୍ପୂର୍ଣ୍ଣ ଟାରିଫ୍ ଛାଡ

ଆମେରିକା ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ଟାରିଫକୁ ୨୫ରୁ ୧୮ ପ୍ରତିଶତକୁ ହ୍ରାସ କରିବ

ଋଷଠୁ ତୈଳ ଆମଦାନୀ ଆଗାମୀ ଦିନରେ ଭାରତ ସମ୍ପୂର୍ଣ୍ଣ ବନ୍ଦ କରିଦେବ

ଆମେରିକାଠୁ ଅଧିକରୁ ଅଧିକ ତେଲ କିଣିବ ଭାରତ

ଭେନେଜୁଏଲାଠୁ ମଧ୍ୟ ଭାରତ ତୈଳ କିଣିପାରିବ

ଆମେରିକାଠୁ ଭାରତ ୫୦୦ ବିଲିୟନ ଡଲାରର ଶକ୍ତି, କୃଷି, କୋଇଲା ଏବଂ ପ୍ରଯୁକ୍ତିବିଦ୍ୟା ସହ ଜଡିତ ଜିନିଷ କ୍ରୟ କରିବ

ଏହି ଡିଲ୍ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବାରେ ସାହାଯ୍ୟ କରିବ

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button