ବାଣିଜ୍ୟ

India AI Impact Summit: ଆଜିଠୁ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: କୌଶଳ ପ୍ରଦର୍ଶନ କରିବ ଓଡ଼ିଶା

ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହେଉଛି। ସେଥିରେ ଓଡ଼ିଶା ସରକାର ଭାଗ ନେଇ ରାଜ୍ୟର ଏଆଇ କୌଶଳ ଉପସ୍ଥାପନ କରିବେ। ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି।

ଭୁବନେଶ୍ବର: ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହେଉଛି। ସେଥିରେ ଓଡ଼ିଶା ସରକାର ଭାଗ ନେଇ ରାଜ୍ୟର ଏଆଇ କୌଶଳ ଉପସ୍ଥାପନ କରିବେ। ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି। ସେଥିରେ ରାଜ୍ୟ ସରକାର ଓଡ଼ିଶାରେ ଏଆଇର ବିକାଶ, ସମ୍ଭାବନା ଓ ଓଡ଼ିଶା ଏଆଇ ନୀତିରେ ଥିବା ସୁବିଧାସୁଯୋଗଗୁଡ଼ିକୁ ଉପସ୍ଥାପନ କରି ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ରାଜ୍ୟବ୍ୟାପୀ ଏଆଇ ମୂତୟନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଏଆଇ ନୀତି ୨୦୨୫ ଘୋଷଣା କରାଯାଇଛି। ଆଇଟି ବିଭାଗ ଅଧୀନ‌ରେ ଏକ ଉତ୍ସର୍ଗୀକୃତ ଆଇଟି ସେଲ୍‌ ଗଠନ କରାଯାଇଛି। ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ ସ୍ଥାପନ କରିଛନ୍ତି। ଏଆଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିଳ୍ପ ସହଯୋଗିତା ଓ ଦକ୍ଷତା ଗଠନ ପାଇଁ ନାସ୍‌କମ୍‌ ଓ ୱାଧୱାନି ଫାଉଣ୍ଡେସନ ସହ ସରକାର ବୁଝାମଣା କରିଛନ୍ତି। ଏଆଇ କ୍ଷେତ୍ରରେ ଗବେଷଣା ଓ ମଡେଲ୍‌ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଇଣ୍ଡିଆଏଆଇ ମିସନ ଅଧୀନରେ ଭୁବନେଶ୍ବରରେ ରାଜ୍ୟ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। କ୍ଷେତ୍ର ଆଧାରିତ ଗବେଷଣାକୁ ସହଯୋଗ କରିବାକୁ ଆଇଆଇଟି ଭୁବନେଶ୍ବରରେ ସହ ମଧ୍ୟ ଏକ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଓଡ଼ିଆ ଭାଷା ଆଧାରିତ ଏଆଇ ସମାଧାନ ବିକାଶ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ‘ଭାଷିନି’ ସହ ବୁଝାମଣା କରାଯାଇଛି। ରାଜ୍ୟର ସବୁ ନାଗରିକଙ୍କ ପାଖରେ ଏଆଇ ସମାଧାନ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଉଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button