Breaking News

ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କଲା ଭାରତ

0

ଭୁବନେଶ୍ୱର:  କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତ । ଶୁକ୍ରବାର ଭାରତ ତା’ର ପ୍ରଥମ ମ୍ୟାଚରେ ମଙ୍ଗୋଲିଆକୁ ୨-୦ ଗୋଲରେ ପରାସ୍ତ କରିଛି । ପୂରା ମ୍ୟାଚରେ ମଙ୍ଗୋଲିଆ ଉପରେ ଦବଦବା କାଏମ ରଖିଥିଲା ଭାରତ । ମ୍ୟାଚର ଦ୍ୱିତୀୟ ମିନିଟରେ ସାହାଲ ଅବଦୁଲ ସମଦ ଭାରତ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ।

୧୫ଶ ମିନିଟରେ ଲାଲିଆନଜୁଆଲା ଛାଙ୍ଗଟେ ଗୋଟିଏ ଗୋଲ୍ ଦେଇ ଭାରତକୁ ୨-୦ରେ ଆଗୁଆ କରାଇଥିଲେ । ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଏଥିସହ ଭାରତ ମୁକାବିଲାକୁ ୨-୦ରେ ଜିତି ନେଇଥିଲା । ସେହିପରି ଶୁକ୍ରବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଲେବାନନ୍ ୩-୧ ଗୋଲରେ ଭାନୁଆତୁକୁ ପରାସ୍ତ କରିଛି । ଆସନ୍ତା ୧୨ ତାରିଖରେ ଭାରତ ତା’ର ପରବର୍ତୀ ମ୍ୟାଚରେ ଭାନୁଆତୁକୁ ଭେଟିବ ।

ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳର ଖେଳାଳିଙ୍କ ସହିତ ପରିଚିତ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ, ମହାସଚିବ ସାଜି ପ୍ରଭାକରନ୍‌ ଉପସ୍ଥିତ ଥିଲେ। ରାଜ୍ୟରେ ଫୁଟବଲ୍‌ର ବିକାଶ ପାଇଁ ସରକାର ସବୁପ୍ରକାରର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଏଆଇଏଫ୍‌ଏଫ୍‌ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଏକାଧିକ ଫୁଟବଲ୍‌ ପ୍ରତିଯୋଗିତା ଆୟୋଜନରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଚୌବେ ପ୍ରଶଂସା କରିଥିଲେ।

Leave A Reply

Your email address will not be published.