ବିଶେଷ

1 GHz processor: ଭାରତର ପ୍ରଥମ ୧ ଗିଗାହର୍ଜ ପ୍ରସେସର୍‌

ଭାରତ ମାଇକ୍ରୋପ୍ରୋସେସର୍‌ର ଏକ ବଡ଼ ବଜାର ଭାବେ ଉଭା ହୋଇଛି; କିନ୍ତୁ ସେଗୁଡ଼ିକୁ ବିଦେଶରୁ ଆମଦାନି କରାଯାଇ ଆସୁଛି। ଏହି ଧାରାକୁ ସମାପ୍ତ କରିବା ପାଇଁ ଭାରତ ସରକାର ସ୍ବଦେଶୀ ପ୍ରସେସର୍‌ ପ୍ରଯୁକ୍ତି ବିକଶିତ କରିବା ଆରମ୍ଭ କରିଛନ୍ତି। ଏହାର ଫଳଶ୍ରୁତି ହେଉଛି ‘ଧ୍ରୁବ୬୪’।

ଭାରତ ମାଇକ୍ରୋପ୍ରୋସେସର୍‌ର ଏକ ବଡ଼ ବଜାର ଭାବେ ଉଭା ହୋଇଛି; କିନ୍ତୁ ସେଗୁଡ଼ିକୁ ବିଦେଶରୁ ଆମଦାନି କରାଯାଇ ଆସୁଛି। ଏହି ଧାରାକୁ ସମାପ୍ତ କରିବା ପାଇଁ ଭାରତ ସରକାର ସ୍ବଦେଶୀ ପ୍ରସେସର୍‌ ପ୍ରଯୁକ୍ତି ବିକଶିତ କରିବା ଆରମ୍ଭ କରିଛନ୍ତି। ଏହାର ଫଳଶ୍ରୁତି ହେଉଛି ‘ଧ୍ରୁବ୬୪’। ଏହି ୧ ଗିଗାହର୍ଜ, ୬୪-ବିଟ୍‌ ଡୁଆଲ୍‌-କୋର୍‌ ମାଇକ୍ରୋପ୍ରୋସେସର୍‌କୁ ପ୍ରସ୍ତୁତ କରିଛି ‘ସେଣ୍ଟର୍‌ ଫର୍‌ ଡେଭ୍‌ଲପ୍‌ମେଣ୍ଟ ଅଫ୍‌ ଆଡ୍‌ଭାନ୍‌ସ୍‌ଡ କମ୍ପ୍ୟୁଟିଂ’ (ସି-ଡାକ୍‌)।

ଏହା ଘରୋଇ ଚିପ୍‌ ଡିଜାଇନ୍‌ ଇକୋସିଷ୍ଟମ୍‌କୁ ସୁଦୃଢ଼ କରିବା ସହିତ ଦୀର୍ଘକାଳୀନ ଆମଦାନି ନିର୍ଭରଶୀଳତା ହ୍ରାସ କରିବ ବୋଲି କୁହାଯାଉଛି। ଏହାକୁ ୫ଜି ଭିତ୍ତିଭୂମି, ଅଟୋମୋଟିଭ୍‌, ଶିଳ୍ପକ୍ଷେତ୍ର ଓ ବିଭିନ୍ନ ଖାଉଟି ଯନ୍ତ୍ରର ମସ୍ତିଷ୍କ ଭାବେ ବ୍ୟବହାର କରିବା ଲାଗି ଡିଜାଇନ୍‌ କରାଯାଇଛି। ଏହାର ଆଉ ଏକ ବିଶେଷତ୍ବ ହେଲା ଏହାକୁ ବିନା କୌଣସି ଲାଇସେନ୍‌ସ ଦେୟରେ ବ୍ୟବହାର କରିହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button