ଜାତୀୟ

India Shuts Down Visa Application Centre: ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶରେ ୨ଟି ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗୁରୁବାର ଦିନ ବାଂଲାଦେଶର ରାଜଶାହୀ ଏବଂ ଖୁଲନାରେ ଥିବା ଦୁଇଟି ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରିଦେଇଛି। IVAC ୱେବସାଇଟରେ ଏହି ସୂଚନା ଦିଆଯାଇଛି।

ନୂଆଦିଲ୍ଲୀ: ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଗୁରୁବାର ଦିନ ବାଂଲାଦେଶର ରାଜଶାହୀ ଏବଂ ଖୁଲନାରେ ଥିବା ଦୁଇଟି ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରିଦେଇଛି।

ଜାରି ହେଲା ବିଜ୍ଞପ୍ତି

IVAC ୱେବସାଇଟରେ ଏକ ସରକାରୀ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି ଯେ, “ଆମେ ଜଣାଇବାକୁ ଚାହୁଁଛୁ ଯେ, ଚାଲିଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଶାହୀ ଏବଂ ଖୁଲନାରେ ଥିବା ଭିସା ଆବେଦନ କେନ୍ଦ୍ରକୁ ଆଜି ବନ୍ଦ ରଖାଯାଇଛି। ଆଜି ସ୍ଲଟ୍ ବୁକ୍ କରିଥିବା ସମସ୍ତ ଆବେଦନକାରୀଙ୍କୁ ପରବର୍ତ୍ତୀ ସମୟରେ ଏକ ସ୍ଲଟ୍ ଦିଆଯିବ।”

ସମନ ପଠାଇଥିଲେ ଭାରତ ସରକାର

ଏହା ପୂର୍ବରୁ ବୁଧବାର ବାଂଲାଦେଶ ହାଇକମିଶନରଙ୍କୁ ସମନ କରିଥିଲେ ଭାରତ ସରକାର। ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ଭ‌ାରତ ସରକାର ସମନ ଜାରି କରିଥିଲେ । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲାଙ୍କୁ ସମନ କରିଥିଲେ। ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଯାଇଥିଲା।

ଭାରତୀୟ ମିଶନ ବାହାରେ କରାଯାଉଛି ପ୍ରତିବାଦ

ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଢାକାରେ ଭାରତୀୟ ମିଶନ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି, ଯାହା ଦୂତାବାସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ଆନୁଷ୍ଠାନିକ ଭାବରେ ବାଂଲାଦେଶ ସରକାରଙ୍କୁ ପରିସ୍ଥିତି ସ୍ପଷ୍ଟ କରିବାକୁ କହିଛି।

ଭାରତ ବିରୋଧୀ ବୟାନବାଜି ଉତ୍ତେଜନାକୁ ବୃଦ୍ଧି କରିଛି

ବାଂଲାଦେଶର ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି)ର ନେତା ହସନତ ଅବଦୁଲ୍ଲାଙ୍କ ଭାରତ ବିରୋଧୀ ବୟାନବାଜି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା। ଏକ ସାର୍ବଜନୀନ ଭାଷଣରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅଲଗା କରିବାକୁ ଧମକ ଦେଇଥିଲେ। ହସନତ ଅବଦୁଲ୍ଲା ତାଙ୍କର କଠୋର ଭାରତ ବିରୋଧୀ ମତ ପାଇଁ ଜଣାଶୁଣା। ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧିତ କରି ଅବଦୁଲ୍ଲା କହିଥିଲେ ଯେ, ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଉଦ୍ୟମ ଜାରି ରଖିବ, ତେବେ ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ  ଏବଂ ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ବିଚ୍ଛିନ୍ନ କରିଦିଆଯିବ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button