ଦେଶ ବିଦେଶ

India stand about Pakistan Allegation: ବଲୁଚିସ୍ତାନ ଆକ୍ରମଣ ପାଇଁ ଭାରତ ଦାୟୀ: ପାକିସ୍ତାନର ଅଭିଯୋଗ ଭିତ୍ତିହୀନ କହିଲା ଭାରତ

ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବା ପାଇଁ କରାଯାଇଥିବା ଏକ କୁତ୍ସିତ ରଣନୀତି ବୋଲି ଭାରତ କହିଛି। ଆମେ ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରୁଛୁ

ନୂଆଦିଲ୍ଲୀ: ବଲୁଚିସ୍ତାନରେ ହୋଇଥିବା ଆକ୍ରମଣ ନେଇ ପାକିସ୍ତାନ ପକ୍ଷରୁ ଭାରତ ମୁଣ୍ଡରେ ଅଠା ବୋଳିବାର ପ୍ରୟାସ କରାଯାଉଥିବାବେଳେ ଏଭଳି ଅଭିଯୋଗକୁ ଭାରତ ଭିତ୍ତିହୀନ ବୋଲି କୁହାଯାଇଛି। ଏହା ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବା ପାଇଁ କରାଯାଇଥିବା ଏକ କୁତ୍ସିତ ରଣନୀତି ବୋଲି ଭାରତ କହିଛି। ଆମେ ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରୁଛୁ। ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ବିବୃତିରେ କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି, ଇସଲାମାବାଦକୁ ବଲୁଚିସ୍ତାନର ଲୋକଙ୍କ ଦୀର୍ଘକାଳୀନ ଦାବି ପୂରଣ କରିବା ଉପରେ ଧ୍ୟାନ ଦେବା ଉଚିତ। ଏହି ଅଞ୍ଚଳରେ ପଡ଼ୋଶୀ ଦେଶ ଦମନ, ବର୍ବରତା ଓ ମାନବାଧିକାର ଉଲ୍ଲଂଘନ ପ୍ରତି ଗୁରୁତ୍ବାରୋପ କରିବା ଆବଶ୍ୟକ। ପ୍ରତ୍ୟେକ ଥର ହିଂସାତ୍ମକ ଘଟଣା ଘଟିଲେ କେବଳ ମିଥ୍ୟା ଦାବି କରିବା ପରିବର୍ତ୍ତେ, ଏହି ଅଞ୍ଚଳର ଲୋକଙ୍କ ଦୀର୍ଘକାଳୀନ ଦାବି ପୂରଣ କରିବା ଉପରେ ଧ୍ୟାନ ଦେବା ଭଲ ହେବ ବୋଲି ବିବୃତିରେ କୁହାଯାଇଛି।

ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ବଲୁଚିସ୍ତାନ ପ୍ରଦେଶରେ ହୋଇଥିବା ଆକ୍ରମଣ ପଛରେ ଭାରତର ଭୂମିକା ଥିବା ଅଭିଯୋଗ କରିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପ୍ରତିକ୍ରିୟା ଆସିଛି। ଏହି ଆକ୍ରମଣରେ ୧୫ ଜଣ ପାକିସ୍ତାନୀ ସୈନିକ ଓ ୯୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button