India Vs South Africa: ଘନ କୁହୁଡ଼ି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ T-20 ରଦ୍ଦ
ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଆଜି ( ୧୭ ଡିସେମ୍ବର)ରେ ଖେଳାଯିବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ ରଦ୍ଦ ହୋଇଯାଇଛି । ଘନ କୁହୁଡ଼ି କାରଣରୁ ଏହି ମ୍ୟାଚ ବାତିଲ ହୋଇଯାଇଥିବା ମ୍ୟାଚ ରେଫରି ଘୋଷଣା କରିଛନ୍ତି ।

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଆଜି ( ୧୭ ଡିସେମ୍ବର)ରେ ଖେଳାଯିବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ୪ର୍ଥ ଟି-୨୦ ମ୍ୟାଚ ରଦ୍ଦ ହୋଇଯାଇଛି । ଘନ କୁହୁଡ଼ି କାରଣରୁ ଏହି ମ୍ୟାଚ ବାତିଲ ହୋଇଯାଇଥିବା ମ୍ୟାଚ ରେଫରି ଘୋଷଣା କରିଛନ୍ତି ।
ଆଜିର ମ୍ୟାଚ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବାର ଥିଲା । ଏହାର ଅଧଘଣ୍ଟା ଅର୍ଥାତ ସାଢେ ୬ଟାବେଳେ ଟସ ପଡ଼ିବାର ଥିଲା । କିନ୍ତୁ ଘନ କୁହୁଡ଼ି କାରଣରୁ ଟସ ବିଳମ୍ବିତ ହୋଇଥିଲା । ଏହା ପରେ ଅମ୍ପାୟାର ମାନେ ବାରମ୍ବାର ପଡ଼ିଆର ନିରୀକ୍ଷଣ କରିଥିଲେ ବି ସ୍ଥିତିରେ କୌଣସି ଉନ୍ନତି ଆସିନଥିଲା । ଶେଷଥର ପାଇଁ ଅମ୍ପାୟାରମାନେ ରାତି ୯ଟା ୨୫ ମିନିଟ ସମୟରେ ପଡ଼ିଆର ନିରୀକ୍ଷଣ କରିବା ସମୟରେ ମଧ୍ୟ କୁହୁଡ଼ି ହଟିନଥିଲା । ଫଳରେ ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥାନ୍ତା। କିନ୍ତୁ ମ୍ୟାଚ ରଦ୍ଦ ହେବା ପରେ ଦକ୍ଷିଣ ଆଫ୍ରିକା ଏବେ କେବଳ ୫ମ ମ୍ୟାଚ ଜିତି ସିରିଜକୁ ବରାବର କରିପାରିବ । ସେପଟେ ଭାରତ ୫ମ ମ୍ୟାଚ ଜିତିଲେ ସିରିଜକୁ ୩-୧ରେ ହାତେଇନେବ । ୫ମ ଟି-୨୦ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧୯ରେ ଖେଳାଯିବ ।
ସୌଜନ୍ୟ ସମ୍ବାଦ



