ଅର୍ଥନୀତିଦେଶ ବିଦେଶ

Industry: ଓଡ଼ିଶାର ସର୍ବବୃହତ୍‌ ଏକକ ସ୍ଥାନ ଇସ୍ପାତ କାରଖାନାରେ ପରିଣତ ହେଲା ଏହି କାରଖାନା

ଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (ବିଓଏଫ୍‌-୩)କୁ କାର୍ଯ୍ୟକ୍ଷମ କରିଛି। ଏହାଦ୍ବାରା କମ୍ପାନିର ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହୋଇଛି।

ନୂଆଦିଲ୍ଲୀ/ଅନୁଗୁଳଜିନ୍ଦଲ ଷ୍ଟିଲ୍ ଓଡ଼ିଶାର ଅନୁଗୁଳ ସ୍ଥିତ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସରେ ତୃତୀୟ ବେସିକ୍ ଅକ୍ସିଜେନ୍ ଫର୍ଣ୍ଣେସ୍ (ବିଓଏଫ୍‌-୩)କୁ କାର୍ଯ୍ୟକ୍ଷମ କରିଛି। ଏହାଦ୍ବାରା କମ୍ପାନିର ବାର୍ଷିକ ୬ ନିୟୁତ ଟନ୍‌ କ୍ଷମତା ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହୋଇଛି। ଫଳରେ ଅନୁଗୁଳ କାରଖାନାର ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୧୨ ନିୟୁତ ଟନକୁ ବୃଦ୍ଧି ପାଇଛି ଏବଂ ଏହା ଦେଶର ଅନ୍ୟତମ ସର୍ବବୃହତ୍‌ ସମନ୍ୱିତ ଇସ୍ପାତ କାରଖାନା ମଧ୍ୟରେ ସାମିଲ ହୋଇଛି।

ଏହି ପର୍ଯ୍ୟାୟ ସମ୍ପ୍ରସାରଣରେ କୋକଓଭନ୍‌, ସିଆର୍‌ଏମ୍‌ କମ୍ପ୍ଲେକ୍ସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସମେତ ଅପଷ୍ଟ୍ରିମ୍‌ ଓ ଡାଉନଷ୍ଟ୍ରିମ୍‌ ବ୍ୟବସ୍ଥା ବିଓଏଫ୍‌-୨ ଏବଂ ବିଓଏଫ୍‌-୩ କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ସମସ୍ତ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇଛି। ସମ୍ପ୍ରସାରଣ ପରେ ଜିନ୍ଦଲ ଷ୍ଟିଲ୍‌ର ଇସ୍ପାତ ଉତ୍ପାଦନ କ୍ଷମତା ୧୫.୬ ଏମ୍‌ଟିପିଏକୁ ବୃଦ୍ଧି ପାଇଛି, ଯେଉଁଥିରେ ରାୟଗଡ଼ ପ୍ଲାଣ୍ଟର ୩.୬ ଏମ୍‌ଟିପିଏ କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ।

ଏହି ବର୍ଦ୍ଧିତ କ୍ଷମତା ଉତ୍ପାଦନ ଏବଂ ପ୍ଲାଣ୍ଟ ବ୍ୟବହାରକୁ ଆହୁରି ଉନ୍ନତ କରିବ। ଏହା କମ୍ପାନିକୁ ରାଜସ୍ୱ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ। ଦେଶ ନିର୍ମାଣ ପାଇଁ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ହାସଲ ଓ ଦେଶୀୟ ଇସ୍ପାତ ଉତ୍ପାଦନ କ୍ଷମତାରେ ଅଭିବୃଦ୍ଧିକୁ ଏହି ସମ୍ପ୍ରସାରଣ ଆହୁରି ମଜଭୁତ୍‌ କରିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button