ଦେଶ ବିଦେଶ

Indigo Airlines: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ଜରୁରୀକାଳୀନ ଗେଟ୍ ଖୋଲିବା ଉଦ୍ୟମ, କହିଲେ ଏହା ଭୁତର କାମ

ଣ୍ଡିଗୋ ବିମାନ ୬ଇ-୧୮୫ର ଜଣେ ଯାତ୍ରୀ ଅବତରଣ ପୂର୍ବରୁ ବିମାନର ଜରୁରିକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ। ଏହି ଅପ୍ରତ୍ୟାଶିତ କାର୍ଯ୍ୟ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

ବାରାଣସୀବାରାଣସୀର ବାବତପୁର ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଇଣ୍ଡିଗୋ ବିମାନରେ ଏକ ଅଜବ ଘଟଣା ଘଟିଥିଲା। ବେଙ୍ଗାଲୁରୁରୁ ବାରାଣସୀ ଆସୁଥିବା ଇଣ୍ଡିଗୋ ବିମାନ ୬ଇ-୧୮୫ର ଜଣେ ଯାତ୍ରୀ ଅବତରଣ ପୂର୍ବରୁ ବିମାନର ଜରୁରିକାଳୀନ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ। ଏହି ଅପ୍ରତ୍ୟାଶିତ କାର୍ଯ୍ୟ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଖବର ପାଇଲଟଙ୍କ ପାଖରେ ପହଞ୍ଚିବା ପରେ ସେ ଏଟିଏସ୍‌କୁ ସୂଚନା ଦେଇ ବିମାନଟିକୁ ନିରାପଦରେ ଅବତରଣ କରାଇଥିଲେ। ବିମାନଟି ଅବତରଣ କରିବା ମାତ୍ରେ ସିଆଇଏସ୍‌ଏଫ୍‌ ଅଭିଯୁକ୍ତ ଯାତ୍ରୀଙ୍କୁ ଗିରଫ କରି ଫୁଲପୁର ପୁଲିସକୁ ହସ୍ତାନ୍ତର କରିଛି। ପ୍ରାରମ୍ଭିକ ପଚରାଉଚରାରେ ଯାତ୍ରୀ ଜଣକ କହିଥିଲେ ଯେ, ତାଙ୍କ କାର୍ଯ୍ୟକଳାପ ପଛରେ ଭୂତର ହାତ ରହିଛି। ବିମାନରେ ୧୫୨ ଜଣ ଯାତ୍ରୀ ଓ ଦୁଇ ଜଣ ପିଲା ଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମଉର ବାସିନ୍ଦା ମହମ୍ମଦ ଅଦନାନ୍ (୨୬) ହଠାତ୍ ନିଜ ଆସନରୁ ଉଠି ଜରୁରୀକାଳୀନ ଦରଜା ଆଡକୁ ଚାଲିଗଲେ। ସେ ଗେଟ୍‌ର ଲିଭର୍ ଟାଣିବାକୁ ଚେଷ୍ଟା କରିବା ମାତ୍ରେ ପାଖରେ ବସିଥିବା ଯାତ୍ରୀମାନେ ଚିତ୍କାର କରିବାକୁ ଲାଗିଲେ। କ୍ରୁ ସଦସ୍ୟମାନେ ସଙ୍ଗେ ସଙ୍ଗେ ତାଙ୍କୁ ଅଟକାଇଥିଲେ। ବିମାନଟି ନିରାପଦରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ସିଆଇଏସ୍‌ଏଫ୍‌କୁ ହସ୍ତାନ୍ତର କରାଯାଇଥିଲା। ଫୁଲପୁର ଥାନା ଭାରପ୍ରାପ୍ତ ଅଧିକାରୀ ଅତୁଲ ସିଂହ କହିଛନ୍ତି ଯେ, ଗିରଫ ଯୁବକ ମହମ୍ମଦ ଅଦନାନ ମଉର ଦକ୍ଷିଣ ତୋଲା ୟୁସୁଫ ପୁରା ମୋହଲାର ବାସିନ୍ଦା ଏବଂ ଶାଢୀ ବୁଣାକାର ଭାବରେ କାମ କରନ୍ତି। ପଚରାଉଚରାରୁ ଜଣାପଡ଼ିଥିଲା ଯେ, ସେ ମାର୍ଚ୍ଚ ୨୪ ତାରିଖରେ ମଉରୁ ଟ୍ରେନ୍‌ରେ ଗୋଆ ଯାଇଥିଲେ ଏବଂ ଶନିବାର ବେଙ୍ଗାଲୁରୁ ଦେଇ ବାରାଣସୀ ଫେରୁଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button