ଦେଶ ବିଦେଶ

IndiGo CEO: ଡିସେମ୍ବର ବିଭ୍ରାଟ ମହଙ୍ଗା ପଡ଼ିଲା: ଇଣ୍ଡିଗୋ ସିଇଓଙ୍କ ଇସ୍ତଫା

ଦେଶର ସର୍ବବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଇସ୍ତଫା ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ କମ୍ପାନି ସାମ୍ନା କରିଥିବା ବୃହତ୍‌ ପରିଚାଳନା ସଙ୍କଟର କିଛି ମାସ ପରେ ସେ ନିଜ ପଦ ଛାଡ଼ିଛନ୍ତି।

ମୁମ୍ବାଇ: ଦେଶର ସର୍ବବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଇସ୍ତଫା ଦେଇଛନ୍ତି। ଗତବର୍ଷ ଡିସେମ୍ବରରେ କମ୍ପାନି ସାମ୍ନା କରିଥିବା ବୃହତ୍‌ ପରିଚାଳନା ସଙ୍କଟର କିଛି ମାସ ପରେ ସେ ନିଜ ପଦ ଛାଡ଼ିଛନ୍ତି। ତାଙ୍କ ସ୍ଥାନରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ ଅନ୍ତରୀଣ ସିଇଓ ଭାବେ କାର୍ଯ୍ୟ କରିବେ। ଗତବର୍ଷ ଡିସେମ୍ବରରେ କମ୍ପାନି ଅଭାବନୀୟ ପରିଚାଳନା ସଙ୍କଟର ସମ୍ମୁଖୀନ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପାଇଲଟ୍‌ଙ୍କୁ ନେଇ ଲାଗୁ କରିଥିବା ଏକ ନିୟମ ପ୍ରଭାବରେ କମ୍ପାନି ଶହ ଶହ ବିମାନର ଉଡ଼ାଣ ବାତିଲ କରିଥିଲା।

ଏକ ସପ୍ତାହରୁ ଅଧିକ ସମୟ ଧରି ସେହି ସଙ୍କଟ ଲାଗି ରହିଥିଲା। ସାରା ଦେଶରେ ୩ ଲକ୍ଷରୁ ଅଧିକ ଯାତ୍ରୀ ନାହିଁ ନଥିବା ଅସୁବିଧା ଭୋଗିଥିଲେ। କମ୍ପାନି ୪୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରିଥିଲା। ସେହି ଘଟଣାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିଲେ। କମ୍ପାନି ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା। ଉକ୍ତ ଘଟଣା ଏଲବର୍ସଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

୨୦୨୨ ସେପ୍ଟେମ୍ବରରେ ଏଲ୍‌ବର୍ସ ତିନି ବର୍ଷ ପାଇଁ ଇଣ୍ଡିଗୋର ସିଇଓ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ଅମଳରେ କମ୍ପାନିର ରାଜସ୍ବ ୧୦୦୦ କୋଟି ଡଲାର ଅତିକ୍ରମ କରିଥିଲା ଓ ବିମାନ ସଂଖ୍ୟା ୪୪୦ରୁ ଅଧିକ ହୋଇଥିଲା। ସେ ବିମାନ ଚଳାଚଳ ଶିଳ୍ପର ସର୍ବବୃହତ୍‌ ୫୫୦ଟି ଏୟାରବସ୍‌ ଏ୩୨୦ ବିମାନ କିଣିବା ବରାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button