Breaking News

ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଜିସିପିଇ ଚାମ୍ପିୟନ

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ୍ ଆଥଲେଟିକ କ୍ଲବ, ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ ଜୋନ ମହିଳା ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ୨୩-୨୪ ବିଶ୍ଵବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ପରିସରରେ ଉଦଯାପିତ ହୋଇଯାଇଅଛି।

ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ଯାଚରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ( ଜିସିପିଇ) ଡି. ଆର ମହାବିଦ୍ୟାଳୟ, ନୟାପଲ୍ଲୀକୁ ୧୭/୨୯ ପଏଣ୍ଟ ବ୍ଯବଧାନରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।

ପୂର୍ବରୁ ଜିସିପିଇ ୩୩/୪୨ ପଏଣ୍ଟ ରେ ବି.ଜେ.ବି ମହାବିଦ୍ୟାଳୟକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା ।

ଅଧ୍ୟାପିକା ପତ୍ରପୁଷ୍ପା ମହାନ୍ତି ଓ ପୂର୍ବତନ ଛାତ୍ର ପ୍ରସନ୍ନ ଦଳର ତତତ୍ଵାବଧାନ କରିଥିଲେ। ସରସ୍ଵତୀ,ଅଙ୍କିତା, ସ୍ମୃତିରେଖା, ପାପଲି, ଦେବସ୍ମିତା, ତୁଳସୀ, ଉଷା, ଜ୍ୟୋସ୍ନା ଖୁବ୍ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତାରାଣୀ ଟପ୍ପୋ ଟୁର୍ଣ୍ଣାମେଣ୍ଟର ସଫଳତା ପାଇଁ ଖେଳାଳୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.