ଓଡିଶାଖେଳମହାନଗର

Inter-district Taekwondo: ଅନ୍ତଃଜିଲ୍ଲା ଟାଏକୋଣ୍ଡୋ: ଭୁବନେଶ୍ବର ବିଜେତା

ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଆୟୋଜିତ ଅନ୍ତଃଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭୁବନେଶ୍ବରର ଏସ୍ଏସ୍ ମାର୍ସାଲ ଆର୍ଟ ସ୍କୁଲ୍‌ ୧୨ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୨୪ ପଦକ ପାଇ ବିଜେତା ହୋଇଛି।

ଭୁବନେଶ୍ବର: ସ୍ଥାନୀୟ ବୁଦ୍ଧମନ୍ଦିରଠାରେ ଆୟୋଜିତ ଅନ୍ତଃଜିଲ୍ଲା ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭୁବନେଶ୍ବରର ଏସ୍ଏସ୍ ମାର୍ସାଲ ଆର୍ଟ ସ୍କୁଲ୍‌ ୧୨ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୨୪ ପଦକ ପାଇ ବିଜେତା ହୋଇଛି। କଟକ, ନୟାଗଡ଼ ଓ ଢେଙ୍କାନାଳ ଯଥାକ୍ରମେ ଦ୍ବିତୀୟରୁ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଭୁବନେଶ୍ବରର ମିଭାନ ରଥ, ଅମିତ କୁମାର ନାୟକ, ପ୍ରାଶୀ ମହାନ୍ତି, ସମ୍ପୂର୍ଣ୍ଣା ମିଶ୍ର, ସମୃଦ୍ଧି ମିଶ୍ର, ଶୁଭମ ଦାସ ମହାପାତ୍ର, ଶୌର୍ଯ୍ୟଜିତ, ଦକ୍ଷ ଚୌବେ, ଦିବ୍ୟଦର୍ଶନୀ ନାୟକ, ସୁନିଲ କୁମାର ଦାସ, ଗଣେଶ ଦାସ, ସୁବ୍ରତ ଗୋଛାୟତ ସ୍ବର୍ଣ୍ଣ ଜିତିଥିଲା ବେଳେ ଅର୍ଜିତ ସାହୁ, ଦିବ୍ୟଜ୍ୟୋତି ନାୟକ, ସାଇରାଜ ବେହେରା, ଆୟୁଷ୍ମାନ ଗୁରୁବଂଶୀ ସାହୁ, ଶ୍ରୀକାନ୍ତ ବେହେରା, ନୀତୀଶ କୁମାର ବୋଇତି, ଓମ୍ ସତ୍ୟମେଧ ଜେନା, ମୋନାଲି ପ୍ରଧାନ, ପ୍ରକୃତି ପ୍ରଧାନ, ଆଶୁତୋଷ ସ୍ବାଇଁ ରୌପ୍ୟ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଅନ୍ତର୍ଜାତୀୟ ପଦକ ବିଜେତା ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ପ୍ରତିଯୋଗିତାରେ ୧୨ ଜିଲ୍ଲାରୁ ୧୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button