ମନୋରଞ୍ଜନ

୫୩ ବର୍ଷରେ ଦୀର୍ଘଦିନର ପ୍ରେମିକା ସହ ନିର୍ବନ୍ଧ କଲେ ଅର୍ଜୁନ୍ ରାମପାଲ, ବିବାହ ନକରି ୨ ପିଲାର ବାପା-ମାଆ ଏହି କପଲ

ମୁମ୍ଵାଇ ୧୫।୧୨; ଅର୍ଜୁନ ରାମପାଲ ବର୍ତ୍ତମାନ ଧୁରନ୍ଧରର ବ୍ଲକବଷ୍ଟର ସଫଳତାକୁ ସେଲିବ୍ରେସନ କରୁଛନ୍ତି । ଏହି ସଫଳତା ମଧ୍ୟରେ, ଅର୍ଜୁନ୍ ତାଙ୍କ ପର୍ସନାଲ ଲାଇଫ୍କୁ ଚର୍ଚ୍ଚାରେ ଅଛନ୍ତି । ଅର୍ଜୁନ ରାମପାଲ ତାଙ୍କର ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ସହ ନିର୍ବନ୍ଧ କରିଛନ୍ତି। ଅର୍ଜୁନ ରାମପାଲ ବ୍ୟକ୍ତିଗତ ଭାବରେ ଏହି ଖୁସି ଖବର ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଦୁହେଁ ଏକ ପୋଡକାଷ୍ଟରେ ଏକାଠି ନଜର ଆସିଥିଲେ। ଯେଉଁଠାରେ ସେ ପ୍ରକାଶ କରିଥିଲେ ଯେ ସେ ତାଙ୍କ ପ୍ରେମିକା ଗାବ୍ରିଏଲାଙ୍କ ସହିତ ନିର୍ବନ୍ଧ କରିଛନ୍ତି।

ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ରିଆ ଚକ୍ରବର୍ତ୍ତୀଙ୍କ ପୋଡକାଷ୍ଟରେ ଏକାଠି ନଜର ଆସିଥିଲେ। ରିଆ ପୋଡକାଷ୍ଟର ଏକ ଟ୍ରେଲର ସେୟାର କରିଛନ୍ତି, ଯେଉଁଥିରେ ଅର୍ଜୁନ କହିଛନ୍ତି କି ସେ ଗାବ୍ରିଏଲାଙ୍କ ସହିତ ନିର୍ବନ୍ଧ କରି ସାରିଛନ୍ତି। ପୋଡକାଷ୍ଟ ସମୟରେ, ରିଆ ଅର୍ଜୁନ ଏବଂ ଗାବ୍ରିଏଲାଙ୍କ ସହିତ ସେମାନଙ୍କ ପ୍ରେମ କାହାଣୀ, ବିବାହ ଏବଂ ପରିବାର ବିଷୟରେ କଥା ହୋଇଥିଲେ। ଏହି ସମୟରେ, ଗାବ୍ରିଏଲା, ଅର୍ଜୁନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି “ମୁଁ ତାଙ୍କ ଲୁକ୍ ଦେଖି ତାଙ୍କ ସହ ସମ୍ପର୍କରେ ଆସି ନଥିଲି। ଆମେ ବିବାହିତ ମଧ୍ୟ ନୁହଁ । ସେତେବେଳେ ଅର୍ଜୁନ ହଠାତ୍ କୁହନ୍ତି କି ଏବେ ସେମାନେ ନିର୍ବନ୍ଧ କରିସାରିଛନ୍ତି। ହେଲେ ଏପର୍ଯ୍ୟନ୍ତ କାହାରିକୁ ଦୁହିଁଙ୍କ ନିର୍ବନ୍ଧ ବିଷୟରେ ଜଣାନଥିଲା

ସୂଚନାଯୋଗ୍ୟ ଯେ ୨୦୧୯ ମସିହାରେ, ଅର୍ଜୁନ ରାମପାଲ ତାଙ୍କ ପ୍ରଥମ ପତ୍ନୀ ମେହର ଜେସିଆଙ୍କୁ ଛାଡପତ୍ର ଦେଇଥିଲେ,। ଏହା ପରେ ଗାବ୍ରିଏଲା ତାଙ୍କ ଜୀବନରେ ଏଣ୍ଟ୍ରି କରିଥିଲେ ଏବଂ ସେବେଠାରୁ ଦୁହେଁ ଏକାଠି ରହୁଛନ୍ତି। ସେମାନେ ବିବାହ ପୂର୍ବରୁ ଦୁଇଟି ସନ୍ତାନର ପିତାମାତା ମଧ୍ୟ ଅଟନ୍ତି। ପାର୍ଟି ହେଉ କି କୌଣସି ଇଭେଣ୍ଟ, ଦୁହିଁଙ୍କୁ ସବୁବେଳେ ଏକାଠି ଦେଖାଯାଏ। ଅର୍ଜୁନ ରାମପାଲଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ନିର୍ବନ୍ଧ ଖବର ଶୁଣି ବହୁତ ଖୁସି ଅଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button