ଖେଳ

IPL ୨୦୨୬: ବିସିସିଆଇର ବଡ଼ ନିଷ୍ପତ୍ତି, ଉଦଘାଟନୀ ଉତ୍ସବରେ ହେବନି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

IPL ୨୦୨୬ ଉଦଘାଟନୀ ଉତ୍ସବ: BCCI IPL ୨୦୨୬ ପାଇଁ ଉଦଘାଟନୀ ଉତ୍ସବ ଆୟୋଜନ ନକରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ମ୍ୟାଚ୍ ୨୮ ମାର୍ଚ୍ଚରେ RCB ଓ SRH ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହା ପୂର୍ବରୁ ବଡ ନିଷ୍ପତ୍ତି ।

ମୁମ୍ୱାଇ: ଦିନକ ପରେ ଫଟାଫଟ୍ କ୍ରିକେଟ ମହାକୁମ୍ଭ । ମୈଦାନରେ ମୁହାଁମୁହିଁ ହେବେ ୧୦ ଟିମ୍‌ । ଜମିବ ଛକ୍କା ଚଉକା ବର୍ଷା, କମ୍ପିବ ମୈଦାନ । ଦମ୍ ଦେଖାଇବାକୁ ତୟାର ସବୁ ଟିମ୍ । ରେକର୍ଡ ଅପେକ୍ଷାରେ କ୍ରିକେଟର । ତେବେ ଆଇପିଏଲ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ବିସିସିଆଇ । ଏଥର ଉଦଘାଟନୀ ଉତ୍ସବକୁ ବାତିଲ କରିଛି ବୋର୍ଡ । ଏବର୍ଷ ଉତ୍ସବରେ ଦେଖିବାକୁ ମିଳିବନି ତାରକାଙ୍କ ଜଲଓ୍ୱା, ହେବନି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

କାରଣ ଗତବର୍ଷ ବେଙ୍ଗାଲୁରୁରେ RCBର ଭିକ୍ଟ୍ରି ପରେଡ ଦଳାଚକଟା ପରେ କଠୋର ହୋଇଛି ବିସିସିଆଇ । ସେହି ଉତ୍ସବରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନାର୍ଥେ BCCI ସେଲିବ୍ରେସନ ନିଷ୍ପତ୍ତିକୁ ସ୍ଥଗିତ ରଖିଛି । ସେହି ଦଳାଚକଟାରେ ୧୧ ଜଣ ପ୍ରାଣ ହରାଇଥିଲେ । ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସେମାନଙ୍କ ସ୍ମୃତିରେ ଏହି ସିଜନରେ IPLର ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖିଛି ।

ବେଙ୍ଗାଲୁରୁରେ ପ୍ରଥମ ମ୍ୟାଚ୍ :

IPL ୨୦୨୬ ମାର୍ଚ୍ଚ ୨୮ ତାରିଖରେ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହା ଏକ ପ୍ରମୁଖ କାରଣ ଯାହା ପାଇଁ BCCI ପ୍ରଥମ ମ୍ୟାଚ୍ ପୂର୍ବରୁ IPL ୨୦୨୬ ଉଦଘାଟନୀ ଉତ୍ସବ ଆୟୋଜନ ନକରିବାକୁ ବାଛିଥିଲା।

କାହିଁକି ହେବନି ଉଦଘାଟନୀ ଉତ୍ସବ?

RCB ଗତ ସିଜନରେ ଏହାର ପ୍ରଥମ IPL ଟାଇଟଲ ଜିତିଥିଲା । ୪ ଜୁନ୍ ୨୦୨୫ରେ ଉତ୍ସବ ସମୟରେ, ବେଙ୍ଗାଲୁରୁରେ ଦଳାଚକଟା ହୋଇଥିଲା । ସେହି ଦଳାଚକଟାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ହେତୁ BCCI ଉଦଘାଟନୀ ଉତ୍ସବକୁ ବାତିଲ କରିଥିଲା । ତଥାପି, BCCI ସଚିବ ଦେବଜିତ ସାଇକିଆଙ୍କୁ ତରଫରୁ ସ୍ପଷ୍ଟ କରିଛି ଯେ, IPLର ୧୯ତମ ସିଜନର କୋଲ୍ଜିଂ ସେରେମନି ମେ ୩୧ ତାରିଖରେ ଅନୁଷ୍ଠିତ ହୋଇପାରେ । IPL ୨୦୨୬ ଫାଇନାଲ ମେ ୩୧ ତାରିଖରେ ଖେଳାଯିବ । ଯାହା ଶେଷ ଉତ୍ସବ ପୂର୍ବରୁ ହୋଇପାରେ।

ପୂର୍ବରୁ ବି ରହିଛି ଉଦଘାଟନୀ ଉତ୍ସବ ସ୍ଥଗିତ:

​​​​​​​ଗତ ସିଜନର IPL ଉଦଘାଟନୀ ଉତ୍ସବ କୋଲକାତାରେ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଶାହରୁଖ ଖାନ, ଶ୍ରେୟା ଘୋଷାଲ, ଦିଶା ପଟାନୀ ଓ କରଣ ଆଉଜଲାଙ୍କ ଭଳି କଳାକାରମାନେ ପ୍ରଦର୍ଶନ କରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ IPLର ଉଦଘାଟନୀ ଉତ୍ସବ ସ୍ଥଗିତ ରଖାଯାଇଛି। ପୂର୍ବରୁ, ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ଯାବାନଙ୍କ ସହିଦ୍ ସ୍ମୃତିରେ IPL ୨୦୧୯ ଉଦଘାଟନୀ ଉତ୍ସବ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଉଦଘାଟନୀ ଉତ୍ସବ ପାଇଁ ବରାଦ ହୋଇଥିବା ଟଙ୍କା ସହିଦଙ୍କ ପରିବାର ମଧ୍ୟରେ ବଣ୍ଟନ କରାଯାଇଥିଲା।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button