ଖେଳ

IPL 2026ରେ ଭାଙ୍ଗିଲା ବର୍ଷ ବର୍ଷର ପୁରୁଣା ରେକର୍ଡ, ସବୁ ୧୦ ଅଧିନାୟକ ମିଶି ରଚିଲେ ଇତିହାସ

IPL 2026 ପାଇଁ ମଞ୍ଚ ପ୍ରସ୍ତୁତ। ସବୁ ଦଳ ନିଜ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଅଧିକାଂଶ ଟିମ୍ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। ଏହା ପୂର୍ବରୁ ଆଜି ସମସ୍ତ ୧୦ ଅଧିନାୟକ ଏକାଠି ହୋଇ ଫଟୋ ସୁଟ୍ କରିଛନ୍ତି।

IPL 2026: IPL 2026 ପାଇଁ ମଞ୍ଚ ପ୍ରସ୍ତୁତ। ସବୁ ଦଳ ନିଜ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଅଧିକାଂଶ ଟିମ୍ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। ଏହା ପୂର୍ବରୁ ଆଜି ସମସ୍ତ ୧୦ ଅଧିନାୟକ ଏକାଠି ହୋଇ ଫଟୋ ସୁଟ୍ କରିଛନ୍ତି। ଏହା ସହିତ ୧୦ ଅଧିନାୟକ ମିଶି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ଗତ ୧୯ ବର୍ଷ ଧରି ରହିଥିବା ଏକ ରେକର୍ଡ ଭାଙ୍ଗିଛନ୍ତି।

IPLର ୧୯ ବର୍ଷର ଇତିହାସରେ ପ୍ରଥମ ଥର ଗୋଟିଏ ସିଜନରେ ସମସ୍ତ ୧୦ ଦଳର ଅଧିନାୟକ ଭାରତୀୟ ଖେଳାଳି ରହିଛନ୍ତି। ୨୦୨୬ ସିଜନରେ ସମସ୍ତ ୧୦ ଦଳର ଅଧିନାୟକ ଭାରତୀୟ ହେବେ। ଏହା ପୂର୍ବରୁ ଗୋଟିଏ ସିଜିନରେ ସମସ୍ତ ଦଳର ଅଧିନାୟକ ଭାରତୀୟ ଥିଲେ। କିନ୍ତୁ ଉକ୍ତ ସିଜିନରେ ଆଇପିଏଲରେ ୧୦ଟି ଟିମ୍ ଖେଳୁଥିଲେ। ତେବେ ପ୍ରଥମ ଥର ୧୦ଟି ଦଳର ଅଧିନାୟକ ଭାର ଭାରତୀୟଙ୍କ ଉପରେ ରହିଛି।

ପ୍ୟାଟ୍ କମିନ୍ସଙ୍କ ଆଘାତ ସୃଷ୍ଟି କଲା ରେକର୍ଡ

ଅଷ୍ଟ୍ରେଲିଆର ଷ୍ଟାର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଆଘାତ ଯୋଗୁଁ IPL 2026ର ପ୍ରଥମ କିଛି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବେ। ଫଳରେ ତାଙ୍କ ସ୍ଥାନରେ ଇଶାନ୍ କିଶାନ୍ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ନିଯୁକ୍ତ ହୋଇଛନ୍ତି। କମିନ୍ସଙ୍କ ଅନୁପସ୍ଥିତି ପର୍ଯ୍ୟନ୍ତ ଇଶାନ୍ ଦଳର ନେତୃତ୍ୱ ନେବେ। କମିନ୍ସ ବ୍ୟତୀତ ଅନ୍ୟ ନଅଟି ଦଳର ଅଧିନାୟକ ପୂର୍ବରୁ ଭାରତୀୟ ଥିଲେ।

IPL 2026 ରେ ସମସ୍ତ ୧୦ ଦଳର ଅଧିନାୟକ

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ – ରଜତ ପାଟିଦାର

ସନରାଇଜର୍ସ ହାଇଦ୍ରାବାଦ – ଇଶାନ କିଷାନ (ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତି ପର୍ଯ୍ୟନ୍ତ)

କୋଲକାତା ନାଇଟ୍ ରାଇଡର୍ସ – ଆଜିଙ୍କ୍ୟ ରାହାଣେ

ପଞ୍ଜାବ କିଙ୍ଗ୍ସ – ଶ୍ରେୟସ ଆୟର

ଲକ୍ଷ୍ନୌ ସୁପର ଜାଏଣ୍ଟସ୍ – ଋଷଭ ପନ୍ତ

ମୁମ୍ବାଇ ଇଣ୍ଡିଆନ୍ସ – ହାର୍ଦ୍ଦିକ ପାଣ୍ଡ୍ୟା

ରାଜସ୍ଥାନ ରୟାଲ୍ସ – ରିୟାନ ପରାଗ

ଚେନ୍ନାଇ ସୁପର କିଙ୍ଗ୍ସ – ଋତୁରାଜ ଗାୟକ୍ଵାଡ

ଦିଲ୍ଲୀ କ୍ୟାପିଟାଲ୍ସ – ଅକ୍ଷର ପଟେଲ

ଗୁଜରାଟ ଟାଇଟାନ୍ସ – ଶୁଭମନ ଗିଲ୍

ଇଶାନ କିଷାନ ପ୍ରଥମ ଥର ପାଇଁ ଏକ IPL ଦଳର ଅଧିନାୟକ

ପ୍ରଥମ ଥର ଇଶାନ କିଶନ ଏକ IPL ଦଳର ଅଧିନାୟକ ହେବେ। କିନ୍ତୁ ଇଶାନଙ୍କର ଘରୋଇ କ୍ରିକେଟରେ ଅଧିନାୟକତ୍ଵ କରିବାର ଯଥେଷ୍ଟ ଅଭିଜ୍ଞତା ଅଛି। ସେ ଝାଡ଼ଖଣ୍ଡକୁ ୨୦୨୫ସୟଦ ମୁସ୍ତାକ ଅଲି ଟ୍ରଫି ଟାଇଟଲ ଜିତାଇଛନ୍ତି। ଏହି ପ୍ରଦର୍ଶନ ବଳରେ ଇଶାନଙ୍କୁ 2026 ଟି20 ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳରେ ସାମିଲ କରାଯାଇଥିଲା। ଟି20 ବିଶ୍ୱକପ୍ ରେ ତାଙ୍କର ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ମେନ୍ ଇନ୍ ବ୍ଲୁକୁ ଟାଇଟଲ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

 

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button