ଖେଳ

IPL 2026: ଆର୍‌ସିବି ୱାର୍ମଅପ୍‌ରେ ବିରାଟଙ୍କ ୨୪୧ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ

ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଧନି କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌। ଏଥିଲାଗି ଦଶଟି ଯାକ ଫ୍ରାଞ୍ଚାଇଜି ଅଭ୍ୟାସ ଆରମ୍ଭ କଲେଣି। ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବିଜେତା ଆର୍‌ସିବି ନିଜର ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳିଛି

ବେଙ୍ଗାଲୁରୁ: ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ବର ଧନି କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌। ଏଥିଲାଗି ଦଶଟି ଯାକ ଫ୍ରାଞ୍ଚାଇଜି ଅଭ୍ୟାସ ଆରମ୍ଭ କଲେଣି। ସ୍ଥାନୀୟ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ନିଜର ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌ରେ ବିରାଟ କୋହଲି ୨୪୧ ଷ୍ଟ୍ରାଇକ୍‌ରେଟ୍‌ରେ ବ୍ୟାଟିଂ କରିଛନ୍ତି।

ସେ ୧୨ ବଲ୍‌ରେ ୨୯ ରନ୍‌ କରି ଭଲ ଟଚ୍‌ରେ ଥିବା ପ୍ରମାଣ ଦେଇଛନ୍ତି। ଜିତେଶ ଶର୍ମା ମଧ୍ୟ ଧୂଆଁଧାର ବ୍ୟାଟିଂ କରି ୩୭ ବଲ୍‌ରୁ ୮୧ ରନ୍‌ କରିଥିଲେ। ଏହି ୱାର୍ମଅପ୍‌ ମ୍ୟାଚ୍‌ରେ ଗୋଟିଏ ଦଳର ନେତୃତ୍ବ ଭେଙ୍କଟେଶ ଆୟର (ଟିମ୍‌ ଭେଙ୍କି) ଓ ଅନ୍ୟଟିର କ୍ରୁନାଲ ପାଣ୍ଡ୍ୟା (ଟିମ୍‌ କ୍ରୁନାଲ) ନେଇଥିଲେ। ଜିତେଶ ଓ ବିରାଟଙ୍କ ବିସ୍ଫୋରଣରେ ଟିମ୍‌ ଭେଙ୍କି ୨୩୪/୭ କରିଥିଲା। ଟିମ୍‌ ଡେଭିଡ୍‌ ୧୪ ବଲ୍‌ରୁ ୩୬ ଓ ଅଧିନାୟକ ଆୟର ୧୬ ବଲ୍‌ରୁ ୩୬ ରନ୍‌ କରିଥିଲେ।

ଜବାବରେ ଆର୍‌ସିବି ଅଧିନାୟକ ରଜତ ପଟିଦାରଙ୍କ ୨୫ ବଲ୍‌ରୁ ୭୪ ରନ୍‌ ବଳରେ ଟିମ୍‌ କ୍ରୁନାଲ ସହଜରେ ବିଜୟ ହାସଲ କରିନେଇଥିଲା। ଦେବଦତ୍ତ ପଡ଼ିକଲ ୩୩ ବଲ୍‌ରୁ ୬୩ ଏବଂ କ୍ରୁନାଲ ୩୩ ବଲ୍‌ରୁ ୫୮ ରନ୍‌ କରିଥିଲେ। ଆର୍‌ସିବି ଶନିବାର ଉଦ୍‌ଘାଟନୀ ଦିବସରେ ଏହି ପଡ଼ିଆରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ‌ରେ ଖେଳି ଅଭିଯାନ ଆରମ୍ଭ କରିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button