ଖେଳ

IPL 2026 : ରାଜସ୍ଥାନ ରୟାଲ୍ସକୁ ବଡ ଝଟକା, ବାଦ୍ ପଡିଲେ ଏହି ଷ୍ଟାର୍ ଖେଳାଳି

ତାଙ୍କ ଆଘାତ ଗୁରୁତର ରହିଥିବାରୁ ସମ୍ପୂର୍ଣ୍ଣ ଆଇପିଏଲରୁ ସେ ବାଦ ପଡ଼ିବା ନିଶ୍ଚିତ ହୋଇଛି । ଗତ ସିଜନରେ ସେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳିଥିଲେ । ଏଥର ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରି ଏହି ସ୍ଥାନରେ ଉଭୟ ରବିନ୍ଦ୍ର ଜାଡ଼େଜା ଓ କୁରାନଙ୍କୁ ବଦଳ କରିଥିଲା ।

ନୂଆଦିଲ୍ଲୀ, ୨୦ /୦୩: ରାଜସ୍ଥାନ ରୟାଲ୍ସକୁ ବଡ ଝଟକା । ବାଦ୍ ପଡିଲେ ସାମ୍ କୁରାନ୍ ।ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କୁରାନ ଆହତ ହୋଇ ଆଗାମୀ ଆଇପିଏଲରୁ ବାଦ ପଡ଼ିଛନ୍ତି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପରେ କୁରାନ ସ୍ୱଦେଶ ଫେରି ଯାଇଥିଲେ । ସେବେଠୁ ସେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳି ନଥିଲେ ହେଁ ଆହତ ହେବା ସମସ୍ତଙ୍କୁ ଚକିତ କରିଛି ।

ଆଘାତ ଗୁରୁତର

ତାଙ୍କ ଆଘାତ ଗୁରୁତର ରହିଥିବାରୁ ସମ୍ପୂର୍ଣ୍ଣ ଆଇପିଏଲରୁ ସେ ବାଦ ପଡ଼ିବା ନିଶ୍ଚିତ ହୋଇଛି । ଗତ ସିଜନରେ ସେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳିଥିଲେ । ଏଥର ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରି ଏହି ସ୍ଥାନରେ ଉଭୟ ରବିନ୍ଦ୍ର ଜାଡ଼େଜା ଓ କୁରାନଙ୍କୁ ବଦଳ କରିଥିଲା ।

ଯୁଦ୍ଧ ପାଇଁ ଶୀଘ୍ର ଆସିବେ ଖେଳାଳି

ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ବିମାନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ତଥାପି ବିଦେଶୀ ଖେଳାଳିମାନେ ସଠିକ୍ ସମୟରେ ଭାରତରେ ଆସି ପହଞ୍ଚିବେ ବୋଲି ସ୍ପଷ୍ଟ ହୋଇଛି । ବିଶେଷ କରି ସୁପରକିଙ୍ଗସ ଦଳର ସବୁ ବିଦେଶୀ ଖେଳାଳି ୨୫ ତାରିଖ ସୁଦ୍ଧା ଦଳରେ ଯୋଗ ଦେବାର ସମ୍ଭାବନା ରହିଛି ।

ପହଁଚିଲେ ଓଭରଟନ୍

ଇଂଲଣ୍ଡ ପେସ୍ ବୋଲର ଜାମି ଓଭରଟନ ଗୁରୁବାର ଚେନ୍ନାଇରେ ପହଞ୍ଚିଛନ୍ତି । ୨୨ ତାରିଖରେ ଡି ବ୍ରେଭିସ୍,ମାଟ ହେନରୀ,ଜ୍ୟାକ୍ ଫୋଲ୍କସ,ମାଥ୍ୟୁ ସର୍ଟ ଦଳରେ ଯୋଗ ଦେବେ । ୱେଷ୍ଟ ଇଣ୍ଡିଜ ସ୍ପିନର ଅକିଲ ହୋସେନ ୨୫ ତାରିଖରେ ଚେନ୍ନାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆଫଗାନିସ୍ତାନ ଖେଳାଳି ନୂର ଅହମ୍ମଦ ଇତି ମଧ୍ୟରେ ଦଳ ସହ ଯୋଗ ଦେଇ ଅଭ୍ୟାସ ଜାରି ରଖିଛନ୍ତି ।

ସୌଜନ୍ୟ Prameya News7

 

Show More

Leave a Reply

Your email address will not be published. Required fields are marked *

Back to top button