IPL 2026 GT vs SRH: ଆଇପିଏଲ୍ ୨୦୨୬ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ।ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୧୭୦ ରନ କରିଛି। ସାଇ ସୁଦର୍ଶନ ୬୧ ରନର ଇନିଂସ ଖେଳିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୫୦ ରନର ବିସ୍ଫୋରକ ଏବଂ ଉପଯୋଗୀ ରନ କରିଛନ୍ତି। ହାଇଦ୍ରାବାଦ ସାମ୍ନାରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ। ଉଲ୍ଲେଖନୀୟ ଆଜିର ମ୍ୟାଚ୍ ଜିତିବା ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ଶୁଭମନ ଗିଲ୍(୫ ରନ) କରି ପାଭିଲିୟନ ଫେରିଥିଲେ। ଜୋସ୍ ବଟଲର(୭ ରନ) ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ନିଶାନ୍ତ ସିନ୍ଧୁ ୨୨ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ୬୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଜିଟି। ଏହା ପରେ ସାଇ ସୁଦର୍ଶନ ଓ ଓ୍ଵାଶିଂଟନ ସୁନ୍ଦର ଦମଦାର ବ୍ୟାଟିଂ କରି ଚତୁର୍ଥ ଓ୍ଵିକେଟ୍ ପାଇଁ ୬୦ ରନ ଯୋଡ଼ିଥିଲେ। ସୁଦର୍ଶନ ୪୪ ବଲରୁ ୫ ଚୌକା ଓ ୨ ଛକା ସହ ୬୧ ରନ କରିଥିଲେ। ଏହା ପରେ ଓ୍ଵାଶିଂଟନ ସୁନ୍ଦର ୩୩ ବଲରୁ ୫୦ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଫଳରେ ଗୁଜରାଟ ୧୬୮ ରନ କରି ପାରିଛି।
ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ପ୍ରଫୁଲ ହିଙ୍ଗେ ଅତ୍ୟନ୍ତ କଞ୍ଜୁସ ବୋଲିଂ କରିଥିଲେ। ଉଭୟ ୬ରୁ କମ୍ ଇକୋନୋମିରେ ରନ୍ ଦେଇଥିବା ବେଳେ ପ୍ରଫୁଲ ୨ଟି ଏବଂ କମିନ୍ସ ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଏବେ ହାଇଦ୍ରାବାଦକୁ ଜିତିବା ପାଇଁ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ୍ କରିବାକୁ ପଡ଼ିବ।
ସୌଜନ୍ୟ Prameya News7

