ଦେଶ ବିଦେଶ

Iran: ଇରାନରେ ୧୯ ବର୍ଷୀୟ କୁସ୍ତିଯୋଦ୍ଧା ଓ ଅନ୍ୟ ୨ ଜଣଙ୍କୁ ସର୍ବସାଧାରଣରେ ଫାଶି

ସରକାରୀ ଗଣମାଧ୍ୟମ ଏବଂ ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇରାନ କୋମରେ ଜଣେ ୧୯ ବର୍ଷୀୟ ଚାମ୍ପିଅନ୍ କୁସ୍ତିଯୋଦ୍ଧା ଏବଂ ଅନ୍ୟ ଦୁଇ ପ୍ରତିବାଦକାରୀଙ୍କୁ ସାର୍ବଜନୀନ ସ୍ଥାନରେ ଫାଶୀ ଦେଇଛି।

ତେହେରାନ: ସରକାରୀ ଗଣମାଧ୍ୟମ ଏବଂ ମାନବାଧିକାର ଗୋଷ୍ଠୀ ଅନୁଯାୟୀ, ଇରାନ କୋମରେ ଜଣେ ୧୯ ବର୍ଷୀୟ ଚାମ୍ପିଅନ୍ କୁସ୍ତିଯୋଦ୍ଧା ଏବଂ ଅନ୍ୟ ଦୁଇ ପ୍ରତିବାଦକାରୀଙ୍କୁ ସାର୍ବଜନୀନ ସ୍ଥାନରେ ଫାଶୀ ଦେଇଛି। ସାମାଜିକ କର୍ମୀମାନେ କହିଛନ୍ତି ଯେ, ଏହି ପଦକ୍ଷେପ ଭିନ୍ନମତରେ ଇରାନ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନରେ ତୀବ୍ର ବୃଦ୍ଧିକୁ ସଙ୍କେତ ଦେଉଛି।

ଦୁଇଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଜଡ଼ିତ ଥି‌ଲେ ତିନିଜଣ ଅଭିଯୁକ୍ତ

ସାଲେହ ମହମ୍ମଦି ଜଣେ ତାରକା କୁସ୍ତିଯୋଦ୍ଧା। ତାଙ୍କୁ ଗୁରୁବାର ସୟିଦ ଦାଭୋଦି ଓ ମେହଦି ଘାସେମିଙ୍କ ସହିତ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରି‌ରେ ବିକ୍ଷୋଭ ବେଳେ ଏହି ତିନି ଜଣ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। କୋମରେ କେତେକ ଲୋକଙ୍କ ଉପସ୍ଥିତିରେ ଏହି ତିନିଜଣଙ୍କୁ ଫାଶୀଦଣ୍ଡ ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗତବର୍ଷ ଡିସେମ୍ବର ଓ ଚଳିତ ବର୍ଷ ଇରାନରେ ଶାସନ ବ୍ୟବସ୍ଥା ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ସାମିଲ ପ୍ରତିବାଦକାରୀଙ୍କୁ ଫାଶୀଦଣ୍ଡ ଦିଆଯିବାର ଏହା ପ୍ରଥମ ଘଟଣା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button