ଜାତୀୟବାଣିଜ୍ୟ

#Iran_war ନିଜ ଦେଶକୁ ଫେରିବେ ୧୮୩ ଇରାନ ନାଗରିକ, ଯୁଦ୍ଧ ପାଇଁ ଭାରତରେ ଫସି ରହିଛନ୍ତି…

ଗତ ଫେବ୍ରୁଆରୀ ୨୮ ତାରିଖରେ ଭାରତ ମହାସାଗର ଦେଇ ଇରାନ ଯିବା ବାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ଭିତରେ ଅଟକି ରହିଥିଲା । ଏଥିରେ ଥିବା ନାବିକମାନେ ଭାରତର ସହାୟତା ଲୋଡିଥିଲେ । ଭାରତ ସରକାର ଅନୁମତି ଦେବା ପରେ ଗତ ମାର୍ଚ୍ଚ ୪ ତାରିଖରୁ ଜାହାଜ ସହ ନାବିକମାନେ କୋଚି ବନ୍ଦରରେ ଅଟକି ରହିଛନ୍ତି । ମିଲନ-୨୦୨୬ରେ ସାମିଲ ହେବାକୁ ଇରାନ ନୌସେନାର ୩ଟି ଜାହାଜ ବିଶାଖପାଟଣା ଆସିଥିଲେ । ସେଥିରୁ ଆଇଆରଆଇଏସ୍ ଲାବନ କୋଚିରେ ଅଟକି ରହିଥିଲା ବେଳେ ଆଇଆରଆଇଏସ୍ ବୁଶହର ଶ୍ରୀଲଙ୍କାରେ ଅଟକି ରହିଛି ।

ନୂଆଦିଲ୍ଲୀ, ୧୪ /୦୩: ଭାରତରେ ଅଟକି ଥିବା ୧୮୩ ଜଣ ଇରାନୀୟ ନାଗରିକଙ୍କୁ ସରକାର ସେମାନଙ୍କ ଦେଶକୁ ପଠାଇବେ । ଏହି ନାବିକମାନେ ଇରାନ ନୌସେନାର ଯୁଦ୍ଧଜାହାଜ ଆଇଆରଆଇଏସ୍ ଲାବନର ସଦସ୍ୟ ଥିଲେ । ଏହି ଜାହାଜ ବିଶାଖାପାଟଣାରେ ଅନୁଷ୍ଠିତ ଆନ୍ତର୍ଜାତିକ ନୌସମରାଭ୍ୟାସ ମିଲନ-୨୦୨୬ରେ ସାମିଲ ହେବାକୁ ଆସିଥିଲା ।

ତେବେ ଗତ ଫେବ୍ରୁଆରୀ ୨୮ ତାରିଖରେ ଭାରତ ମହାସାଗର ଦେଇ ଇରାନ ଯିବା ବାଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ଭିତରେ ଅଟକି ରହିଥିଲା । ଏଥିରେ ଥିବା ନାବିକମାନେ ଭାରତର ସହାୟତା ଲୋଡିଥିଲେ । ଭାରତ ସରକାର ଅନୁମତି ଦେବା ପରେ ଗତ ମାର୍ଚ୍ଚ ୪ ତାରିଖରୁ ଜାହାଜ ସହ ନାବିକମାନେ କୋଚି ବନ୍ଦରରେ ଅଟକି ରହିଛନ୍ତି । ମିଲନ-୨୦୨୬ରେ ସାମିଲ ହେବାକୁ ଇରାନ ନୌସେନାର ୩ଟି ଜାହାଜ ବିଶାଖପାଟଣା ଆସିଥିଲେ । ସେଥିରୁ ଆଇଆରଆଇଏସ୍ ଲାବନ କୋଚିରେ ଅଟକି ରହିଥିଲା ବେଳେ ଆଇଆରଆଇଏସ୍ ବୁଶହର ଶ୍ରୀଲଙ୍କାରେ ଅଟକି ରହିଛି ।

ଅନ୍ୟତମ ଜାହାଜ ଆଇଆରଆଇଏସ୍ ଦେନାକୁ ଭାରତ ମହାସାଗରରେ ଆମେରିକା ବୁଡାଜାହାଜ ଟର୍ପିଡୋ ମାଡ଼ କରି ବୁଡାଇ ଦେଇଥିଲା । ଫଳରେ ଜାହାଜ ଧ୍ୱଂସ ପାଇବା ସହ ଏଥିରେ ଥିବା ନାବିକଙ୍କ ମଧ୍ୟରୁ ୮୭ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ୩୨ ଜଣ ନାବିକଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଉଦ୍ଧାର କରାଯାଇଥିଲା ।

ଭାରତୀୟ ଜାହାଜକୁ ସୁରକ୍ଷା

ଭାରତ-ଇରାନ ସମ୍ପର୍କକୁ ନେଇ ମହମ୍ମଦ ଫଥାଲି ଶୁକ୍ରବାର କହିଛନ୍ତି ଯେ, ଭାରତ ସରକାରଙ୍କ ସହିତ ଆମର ଭଲ ସମ୍ପର୍କ ଅଛି। ଗତକାଲି ସମସ୍ତ ଶୀର୍ଷ ଅଧିକାରୀ ଏହା ଉପରେ ଆଲୋଚନା କରିଥିଲେ। ମୁଁ ବିଶ୍ୱାସ କରୁଛି, ଆମେ ବିଭିନ୍ନ କ୍ଷେତ୍ରରେ ସମସ୍ତ ପ୍ରତିବନ୍ଧକ ଦୂର କରିବା ପାଇଁ ପ୍ରାର୍ଥନା କରିବା ଉଚିତ। ଆମେ ସମସ୍ୟାର ସମାଧାନ ପାଇଁ ସର୍ବୋତ୍ତମ ପ୍ରୟାସ କରିଛୁ । ନିକଟ ଭବିଷ୍ୟତରେ ଆପଣ ଏହି ସମ୍ପର୍କରେ ଭଲ ଖବର ପାଇବେ।’ଏହାସହ ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଦେଇ ଯାଉଥିବା ଭାରତୀୟ ଜାହାଜକୁ ଇରାନ ସୁରକ୍ଷା ଦେବ ବୋଲି ସେ କହିଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button