ଦେଶ ବିଦେଶ

Iraq and Turkey: ଇରାକ, ତୁର୍କିକୁ ‘ଫିଫା’ ବିଶ୍ବକପ୍‌ ଟିକେଟ

ମେକ୍ସିକୋ, କାନାଡ଼ା ଓ ଆମେରିକାରେ ଚଳିତ ବର୍ଷ ଜୁନ୍‌ ୧୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ‘ଫିଫା’ ବିଶ୍ବକପ୍‌ ଲାଗି ଇରାକ ଓ ତୁର୍କି ଯୋଗ୍ୟତା ଅର୍ଜନ କରିଛନ୍ତି।

ନୂଆଦିଲ୍ଲୀ: ମେକ୍ସିକୋ, କାନାଡ଼ା ଓ ଆମେରିକାରେ ଚଳିତ ବର୍ଷ ଜୁନ୍‌ ୧୧ରୁ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ‘ଫିଫା’ ବିଶ୍ବକପ୍‌ ଲାଗି ଇରାକ ଓ ତୁର୍କି ଯୋଗ୍ୟତା ଅର୍ଜନ କରିଛନ୍ତି। ୪୦ ବର୍ଷ ପରେ ଇରାକ୍‌ ଏବଂ ୨୪ ବର୍ଷ ପରେ ତୁର୍କି ଏହି ସଫଳତା ପାଇଛନ୍ତି। ଅନ୍ତଃମହାଦେଶୀୟ ପ୍ଲେଅଫ୍‌ ମ୍ୟାଚ୍‌ରେ ଇରାକ ୨-୧ ଗୋଲ୍‌ରେ ବଲିଭିଆକୁ ହରାଇ ଶେଷ ଦଳ ଭାବେ ବିଶ୍ବକପ୍‌ ଟିକେଟ କରାୟତ୍ତ କରିଥିଲା। ମ୍ୟାଚ୍‌ର ୧୦ ମିନିଟ୍‌ରେ ଅଲୀ ଅଲ୍‌-ହମାଦିଙ୍କ ଗୋଲ୍‌ରେ ଇରାକ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତେବେ ୩୮ତମ ମିନିଟ୍‌ରେ ବଲିଭିଆର ମୋଇସେସ୍‌ ପାନିଆଗୁଆ ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ତେବେ ୪୮ତମ ମିନିଟ୍‌ରେ ଏମେନ ହୁସେନ ଗୋଲ୍‌ରେ ଇରାକ ୨-୧ରେ ଆଗୁଆ ହେବା ସହ ବିଜୟୀ ହୋଇଥିଲା। ଆଗାମୀ ବିଶ୍ବକପ୍‌ରେ ଇରାକ ଗ୍ରୁପ୍‌-‘ଆଇ’ରେ ଫ୍ରାନ୍ସ, ନରୱେ ଓ ସେନେଗା ସହ ସ୍ଥାନ ପାଇଛି। ଇରାକ ଶେଷ ଥର ଲାଗି ୧୯୮୬ ବିଶ୍ବକପ୍‌ରେ ଖେଳିଥିଲା ଏବଂ ସମସ୍ତ ୩ଟି ଯାକ ଗ୍ରୁପ୍‌ ମ୍ୟାଚ୍‌ ହାରି ବିଦାୟ ନେଇଥିଲା।ସେହିଭଳି ୨୦୦୨ରେ ଶେଷ ଥର ଲାଗି ବିଶ୍ବକପ୍‌ ଖେଳିଥିବା ତୁର୍କି ପ୍ଲେଅଫ୍‌ ଫାଇନାଲ୍‌ରେ କୋସୋଭୋକୁ ୧-୦ ଗୋଲ୍‌ରେ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଥିଲା। ଏହି ବିଜୟ ସୂଚକ ଗୋଲ୍‌ଟି କେରେମ ଅକ୍‌ତୁରକୋଗ୍‌ଲୁ (୫୩ ମିନିଟ୍‌) ଦେଇଥିଲେ। ୨୦୦୨ ସଂସ୍କରଣରେ ତୁର୍କି ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ‌ସେମିଫାଇନାଲ୍‌ ଖେଳିବାର ଗୌରବ ଅର୍ଜନ କରିଥିଲା। ଆଗାମୀ ସଂସ୍କରଣରେ ଇରାକ ଗ୍ରୁପ୍‌-ଡି’ରେ ଅଷ୍ଟ୍ରେଲିଆ, ପାରାଗୁଏ ଓ ଆମେରିକା ସହ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button