Breaking News

ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼

0

ନୂଆଦିଲ୍ଲୀ: ଏନଡିଏ ପ୍ରାଥୀ ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମିିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଲେ ଧନଖଡ଼। ଜଗଦୀପ ଧନଖଡ଼ଙ୍କୁ ୫୨୮ଖଣ୍ଡ ଭୋଟ ମିଳିଛି। ସେହିପରି ମାର୍ଗେରେଟ ଆଲଭାଙ୍କୁ ୧୮୨ ଖଣ୍ଡ ଭୋଟ ମିଳିଛି ଏବଂ ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅପରପକ୍ଷରେ ୧୫ଟି ଭୋଟ ନାକଚ ହୋଇଥିବା ଜଣାପଡ଼ିଛି।
ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ହେବ ଭୋଟ୍ ଗ୍ରହଣ ଚାଲିଥିଲା । ମନୋନୀତ ସଦସ୍ୟଙ୍କ ସହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇଥିଲେ । ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ ଦେଇଥିଲେ। ଅର୍ଥାତ୍ ପ୍ରାୟ ୯୩% ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଜଗଦୀପ ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ ମିଳିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ ମିଳିଥିଲା। ଯାହା ଫଳରେ ଧନଖଡ ବିରୋଧୀ ପ୍ରାର୍ଥୀଙ୍କୁ ୩୪୬ ଖଣ୍ଡ ଭୋଟରେ ହରାଇଛନ୍ତି। ୧୫ଟି ଭୋଟ ନାକଚ ହୋଇଯାଇଥିବା ସୂଚନା ମିଳିଛି।
ତୃଣମୂଳ କଂଗ୍ରେସର ୩୪ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ କରି ନାହାନ୍ତି। ଏ ନେଇ ପୂର୍ବରୁ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ। ଆଲଭାଙ୍କ ନାମ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିବା ପୂର୍ବରୁ ତାଙ୍କ ଦଳର ମତାମତ ନିଆଯାଇ ନଥିଲା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରକାଶ କରିଥିଲେ। ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମକେ, , ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରିଥିଲେ।
ଦେଶର ଉପରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ଼ ନିର୍ବାଚିତ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସୂଚନାଯୋଗ୍ୟ ୧୯୫୧ ମସିହାରେ ରାଜସ୍ଥାନର ଝୁନଝୁନରେ ଜନ୍ମଗ୍ରହଣ କରିଥିବା ଜଣେ ସୁପ୍ରିମକୋର୍ଟ ଓକିଲ ଭାବେ ନାଁ କମାଇଥିବା ଧନଖଡ଼ ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ଲୋକସଭା ସାଂସଦ ଥିଲେ। ସେ ମଧ୍ୟ ୧୯୯୦ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ୩୦ ଜୁଲାଇ ୨୦୧୯ରୁ ୧୮ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ।

Leave A Reply

Your email address will not be published.