ବାଣିଜ୍ୟ

Jammu-Kashmirର ୭ ଉତ୍ପାଦକୁ ମିଳିଲା GI ଟ୍ୟାଗ୍

ଜିଆଇ ମାନ୍ୟତା ପ୍ରାପ୍ତ କରିଥିବା ଉତ୍ପାଦଙ୍କ ମଧ୍ୟରେ ରାମବନ ମହୂ, ଭଦ୍ରବାହ ରାଜମା, ଉଦ୍ଦମପୁର-ରାମନଗରର କଲାଦୀ, ଜମ୍ମୁର ବାସୁମତୀ ଚାଉଳ, ରାମବନର ଡାଳିମ୍ବ ଦାନା, ମୁସକବୁଦଜୀ ଚାଉଳ ଓ କାଶ୍ମୀର କେସର ରହିଛି।

ଶ୍ରୀନଗର ୧୫।୨: ଜମ୍ମୁ ଓ କାଶ୍ମୀରର କୃଷି ଓ ପାରମ୍ପରିକ ଉତ୍ପାଦନକୁ ପ୍ରୋତ୍ସାହନ ଦେଇ କେନ୍ଦ୍ର ଶାସିତ ପ୍ରଦେଶର ୭ ଉତ୍ପାଦଙ୍କୁ ଭୌଗଳିକ ସଂକେତ (ଜିଆଇ) ଟ୍ୟାଗ୍ ପ୍ରଦାନ କରାଯାଇଛି। ଏହା ଛଡା ଆହୁରି ୨୦ ଉତ୍ପାଦ ବର୍ତ୍ତମାନ ପଞ୍ଜିକରଣ ପ୍ରକ୍ରିୟାରେ ରହିଛି। ଅଧିକାରୀମାନେ ରବିବାର କହିଛନ୍ତି ଯେ ଜିଆଇ ଟ୍ୟାଗ୍ ମିଳିବାରୁ ଏହି ଉତ୍ପାଦଗୁଡିକୁ ଆଇନଗତ ସୁରକ୍ଷା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ୱତନ୍ତ୍ର ପରିଚୟ ମିଳିବ।

ଜିଆଇ ମାନ୍ୟତା ପ୍ରାପ୍ତ କରିଥିବା ଉତ୍ପାଦଙ୍କ ମଧ୍ୟରେ ରାମବନ ମହୂ, ଭଦ୍ରବାହ ରାଜମା, ଉଦ୍ଦମପୁର-ରାମନଗରର କଲାଦୀ, ଜମ୍ମୁର ବାସୁମତୀ ଚାଉଳ, ରାମବନର ଡାଳିମ୍ବ ଦାନା, ମୁସକବୁଦଜୀ ଚାଉଳ ଓ କାଶ୍ମୀର କେସର ରହିଛି। ଅଧିକାରୀଙ୍କ ଅନୁସାରେ ଏହି ଉତ୍ପାଦ ଗୁଡିକର ସ୍ୱତନ୍ତ୍ର କ୍ୱାଲିଟି, ପାରମ୍ପରିକ ଉତ୍ପାଦନ ପଦ୍ଧତୀ ଓ ଭୌଗଳିକ ସ୍ୱତନ୍ତ୍ରତାକୁ ନଜରରେ ରଖି ଏହି ମାନ୍ୟତା ପ୍ରଦାନ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ଜିଆଇ ଟ୍ୟାଗ୍ ଯୋଗୁ କ୍ଷେତ୍ରର ବିଶେଷ ଉତ୍ପାଦକୁ ନକଲ ଓ ଦୂରୁପଯୋଗ କରିବାର ଆଶଙ୍କାରୁ ରକ୍ଷା କରାଯାଇ ପାରିବ। ଏହା ସହିତ ଏହି ଦ୍ରବ୍ୟ ଗୁଡିକର ବ୍ରାଣ୍ଡିଂ ମଜଭୁତ ହେବା ସହ ରପ୍ତାନୀ କ୍ଷମତା ମଧ୍ୟ ବୃଦ୍ଧି ହେବ। ୭ ଉତ୍ପାଦ ବ୍ୟତୀତ ପାଖାପାଖି ଅନ୍ୟ ୨୦ଟି ଫସଲ ଓ ପାରମ୍ପରିକ ସାମଗ୍ରୀ ଭୌଗଳିକ ପଞ୍ଜିକରଣ ନିମନ୍ତେ ପ୍ରକ୍ରିୟାରେ ଅଛନ୍ତି। ଏହା ସ୍ଥାନୀୟ କିସମର ସଂରକ୍ଷଣ ଓ ଚାଷୀଙ୍କ ଆୟ ବଢାଇବା ଦିଗରେ କରାଯାଉଥିବା ପ୍ରୟାସକୁ ଦର୍ଶାଉଛି।

ଅଧିକାରୀମାନେ କହିଛନ୍ତି ଯେ ଜିଆଇ ଟ୍ୟାଗ୍ ପ୍ରାପ୍ତ କରିବା କୃଷି ଓ ସମ୍ପର୍କିତ କ୍ଷେତ୍ରରେ ବୌଦ୍ଧିକ ସମ୍ପଦର ଅଧିକାରକୁ ମଜଭୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଏହା ଦ୍ୱାରା ମୂଲ୍ୟ ବର୍ଦ୍ଧନ, ବ୍ରାଣ୍ଡ ପରିଚୟ ଓ ବୈଶ୍ୱିକ ପ୍ରତିଯୋଗୀତାରେ ବୃଦ୍ଧି ହେବ। ଜିଆଇ ଟ୍ୟାଗ୍ ଏକ ବୌଦ୍ଧିକ ସମ୍ପଦ (ଆଇପିଆର) ଅଧିକାର, ଯାହା ବସ୍ତୁର ଭୌଗଳିକ ସଂକେତ ଅଧିନିୟମ ୧୯୯୯ ମାଧ୍ୟମରେ ପ୍ରଦାନ କରାଯାଏ। ଏହା ସେହି ଉତ୍ପାଦକୁ ଚିହ୍ନଟ କରିଥାଏ ଯାହା କୌଣସି ସ୍ୱତନ୍ତ୍ର ଅଞ୍ଚଳରେ ଅମଳ ହୁଏ ଓ ନିଜର କ୍ୱାଲିଟି, ପ୍ରତିଷ୍ଠା ଓ ସ୍ୱତନ୍ତ୍ର ଗୁଣ କାରଣରୁ ଅଲଗା ପରିଚୟ ହାସଲ କରିଥାଏ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button