ଅର୍ଥନୀତି

JSSCJail Warder Recruitment:ଜେଏସଏସସି: ଜେଲ୍ ୱାର୍ଡର ଖାଲିଥିବା ୧,୭୩୩ଟି ପଦବୀରେ ନିଯୁକ୍ତି ସୁଯୋଗ

ଜେଏସଏସସି ଜେଲ୍ ୱାର୍ଡର ନିଯୁକ୍ତି ୨୦୨୫ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ପ୍ରତିଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ୨୦୨୫ ଅଗଷ୍ଟ୧ ରୁ ଗଣନା କରାଯିବ।

ରାଞ୍ଚି: ଝାଡ଼ଖଣ୍ଡରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଖୁସି ଖବର। ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ (ଜେଏସଏସସି) ଜେଲ୍ ୱାର୍ଡର ପାଇଁ ୧,୭୩୩ଟି ପଦବୀରେ ନିଯୁକ୍ତିର ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ୨୦୨୬ ଜାନୁଆରି ୯ରୁ ଆରମ୍ଭ ହେବ।ଜେଲ୍ ୱାର୍ଡର ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଜାନୁଆର ୯ରୁ ଫେବୃଆରି ୮ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଫର୍ମରେ ଯେକୌଣସି ତ୍ରୁଟି ସଂଶୋଧନ କରିବା ପାଇଁ ଫେବୃଆରି ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ସଂଶୋଧନ ୱିଣ୍ଡୋ ମଧ୍ୟ ଖୋଲା ରହିବ।

Leave a Reply

Your email address will not be published. Required fields are marked *

Back to top button