ରାଞ୍ଚି: ଝାଡ଼ଖଣ୍ଡରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଖୁସି ଖବର। ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ (ଜେଏସଏସସି) ଜେଲ୍ ୱାର୍ଡର ପାଇଁ ୧,୭୩୩ଟି ପଦବୀରେ ନିଯୁକ୍ତିର ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ୨୦୨୬ ଜାନୁଆରି ୯ରୁ ଆରମ୍ଭ ହେବ।ଜେଲ୍ ୱାର୍ଡର ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଜାନୁଆର ୯ରୁ ଫେବୃଆରି ୮ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଫର୍ମରେ ଯେକୌଣସି ତ୍ରୁଟି ସଂଶୋଧନ କରିବା ପାଇଁ ଫେବୃଆରି ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏକ ସଂଶୋଧନ ୱିଣ୍ଡୋ ମଧ୍ୟ ଖୋଲା ରହିବ।

